24.1 C
Bhubaneswar
Sunday, May 12, 2024
Homeଓଡିଶାସମ୍ବଲପୁରରେ ପ୍ରଣବ ପ୍ରକାଶ

ସମ୍ବଲପୁରରେ ପ୍ରଣବ ପ୍ରକାଶ

ସମ୍ବଲପୁର : ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେଠାରେ ପହଂଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା କରିବା ପରେ ଆଜି ସମ୍ବଲପୁରକୁ ପ୍ରଥମ ଗସ୍ତ କରିଥିବାରୁ ନେତା କର୍ମୀ ବେସ ଉତ୍ସାହିତ। ସମ୍ବଲପୁରରେ ପହଂଚିବା ପରେ  ପ୍ରଣବ କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟି ମୁଦ୍ଦା ବିକାଶ ବିକାଶ ବିକାଶ । ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି । ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି । ସମ୍ବଲପୁରରେ ଆଜି ପ୍ରଣବଙ୍କୁ କୋଳେଇ ନେଇଥିଲେ ମା ମାନେ । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବକମାନେ ନିଜର ଅତି ପ୍ରିୟ ବବି ଭାଇଙ୍କୁ ବେସ ଧୁମଧାମରେ ସ୍ୱାଗତ କରିଥିଲେ । ପ୍ରଥମେ ସକାଳୁ ସକାଳୁ ରେଢ଼ାଖୋଲରେ ପହଞ୍ଚିଥିଲେ  ପ୍ରଣବ ପ୍ରକାଶ ଦାସ ଏବଂ ସେଠାରେ ପହଂଚି ଭୀମ ଭୋଇ ଛକଠାରେ  ଭୀମଭୋଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking