ନବୀନଙ୍କୁ ପ୍ରଦୀପ୍ତଙ୍କ କୋଟିଆ ଚିଠି

cm naveen pattanaik

ଭୁବନେଶ୍ୱର: ଓଡିଶା ସୀମାନ୍ତ ଅଂଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ଘଟଣାରେ ଦୁଃଖପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଚିଠିରେ ସେ ଉଲେଖ କରିଛନ୍ତି , ବିଜେପିର ଏକ ଟିମ୍ ଉକ୍ତ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲା । ସୀମାବର୍ତ୍ତୀ ବାସିନ୍ଦା କାହିଁକି ଆନ୍ଧ୍ର ମୁହାଁ ହେଉଛନ୍ତି ପ୍ରଣିଧାନ ଯୋଗ୍ୟ । ସେମାନଙ୍କର ସମସ୍ୟା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଓ ପାନୀୟଜଳ ଯୋଗାଇବା ଦରକାର । ମୌଳିକ ସୁବିଧା ମିଳୁନଥିବାରୁ ଆନ୍ଧ୍ର ମୁହାଁ ହେଉଛନ୍ତି ସୀମାନ୍ତ ଅଂଚଳବାସୀ । ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଦୀପ୍ତ । କୋଟିଆର କ୍ଲଷ୍ଟର ଅଥରିଟି ନାମରେ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯାଉ । ଗମନାଗମନ ପାଇଁ ସୀମବର୍ତ୍ତୀ ଗାଁକୁ ବସ ସେବା ଯୋଗାଇ ଦିଆଯାଉ ବୋଲି ସେ ଉଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here