29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଧାନସଭାରେ ଏଥର ପ୍ରଶ୍ନକାଳ, ଶୂନ୍ୟକାଳ

ବିଧାନସଭାରେ ଏଥର ପ୍ରଶ୍ନକାଳ, ଶୂନ୍ୟକାଳ

ଭୁବନେଶ୍ୱର : ଏଥର ବିଧାନସଭାରେ ରହିବ ପ୍ରଶ୍ନକାଳ, ଶୂନ୍ୟକାଳ । ସର୍ବଦଳୀୟ ବୈଠକପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ଦୈନିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା । ଦିନ ୧୦.୩୦ରୁ ଅପରାହ୍ନ ୧.୩୦ ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ସ୍ୱତନ୍ତ୍ର କାର୍ଯ୍ୟଦିବସରେ ଅଧିବେଶନ ସନ୍ଧ୍ୟା ୭ଟା ଯାଏ ଚାଲିବ । ପୂର୍ବଭଳି ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଶ୍ନକାଳ ରହିବ । ମୂଲତବି ଆଲୋଚନା ବି ହେବ । ଏହି ମୁଲତବି ଆଲୋଚନା ପାଇଁ ସମୟ ଦେଢ଼ ଘଣ୍ଟା ରହିବ । ଦେଢ଼ ଘଣ୍ଟାରୁ ୫୫ମିନିଟ୍ ବିରୋଧୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ଜଣାପଡ଼ିଛି ।

ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ମଧ୍ୟ ଏହି ଯାଞ୍ଚରେ ସାମିଲ ହୋଇଥିଲେ । ସ୍ଥିତି ସମୀକ୍ଷା ପରେ ପୋଲିସ କମିଶନର କହିଛନ୍ତି ଯେ, ‘ବିଧାନସଭା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଆତ୍ମାହୂତି ଉଦ୍ୟମ ଲୋକେ କରୁଥିବାରୁ ତାହା ଫୋକସରେ ରହିବ । ବିଧାନସଭା ଚାଲୁଥିବା ସମୟରେ କିଛି ରାସ୍ତାକୁ ବ୍ଲକ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking