32.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶଟ୍ରାକ୍ଟର ଉପରେ ପଡ଼ିଲା ବିଦ୍ୟୁତ୍‌ ତାର; ଗୋଟିଏ ପରିବାରର ୬ ମୃତ

ଟ୍ରାକ୍ଟର ଉପରେ ପଡ଼ିଲା ବିଦ୍ୟୁତ୍‌ ତାର; ଗୋଟିଏ ପରିବାରର ୬ ମୃତ

ରାଜସ୍ଥାନ : ରାଜସ୍ଥାନର କରୌଲି ଜିଲ୍ଲାରେ ଅଘଟଣ । ଟ୍ରାକ୍ଟର ଉପରେ ପଡ଼ିଲା ବିଦ୍ୟୁତ୍‌ ତାର; ଗୋଟିଏ ପରିବାରର ୬ ମୃତ । ସେମାନଙ୍କ ମଧ୍ୟରୁ ପତିପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପରିବାରର ୬ ସଦସ୍ୟ ଟ୍ରାକ୍ଟର ଯୋଗେ ନିଜ କ୍ଷେତକୁ କାମ କରିବାକୁ ଯାଉଥିଲେ। ସେଠାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଅମରାପୁରା ନିକଟରେ ୧୧ କେଭି ଲାଇନ୍‌ ତାର ହଠାତ୍‌ ଟ୍ରାକ୍ଟର ଉପରେ ପଡ଼ି ଯାଇଥିଲା। ଫଳରେ ପରିବାରର ସମସ୍ତ ସଦସ୍ୟ ଜଳି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପତିପତ୍ନୀ ସୋନୁ ବେରବା ଓ ନୀରଜଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗୁରୁତରଙ୍କ ମଧ୍ୟରେ ଛୋଟ ଛୁଆ ବି ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଉକ୍ତ ୧୧ କେଭି ବିଦ୍ୟୁତ୍‌ ତାର ଓହଳି ଥିବା ବେଳେ ତାହାକୁ ଠିକ୍‌ କରିବାକୁ ଗ୍ରାମବାସୀ ବହୁ ଥର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖାମଖିଆଲିପଣ ଯୋଗୁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ସମୟରେ ହରିୟାଣାର କୃଶି ମନ୍ତ୍ରୀ ଡା.କିରୋଡି ଲାଲ ମିଣା ଘଟଣାସ୍ଥଳରୁ ଅଳ୍ପ ଦୂରରେ ଥିଲେ। ସେ ଶୋଭାଯାତ୍ରାରେ ଆସୁଥିବା ବେଳେ ଆଉ କିଛି ସମୟ ପୂର୍ବରୁ ଆସିଥିଲେ ବିଦ୍ୟୁତ୍‌ ତାର ତାଙ୍କ ଶୋଭାଯାତ୍ରା ଉପରେ ପଡ଼ିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking