36.1 C
Bhubaneswar
Saturday, May 4, 2024
Homeଓଡିଶାଏବେ ବି ୪୭ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ

ଏବେ ବି ୪୭ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ

ନୂଆଦିଲ୍ଲୀ: କରୋନା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ  ସୂଚନା ଦେଇ କହିଛନ୍ତି,  ଦେଶରେ ଏବେ ବି ୪୭ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି ।  ମଣିପୁରର ସର୍ବାଧିକ ୯ଟି ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । କେରଳରେ ୮, ରାଜସ୍ଥାନର ୬ଟି ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ୪୭ ଜିଲ୍ଲା ମଧ୍ୟରେ ଓଡିଶାର କୌଣସି ଜିଲ୍ଲା ନଥିବା ସୂଚନା ରହିଛି ।

ଅନ୍ୟପଟେ ଅନ୍ୟ ଭାରିଏଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହେଉଛନ୍ତି । ଆଇସିଏମଆର ପକ୍ଷରୁ ସ୍ପଷ୍ଟ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ସ୍ପଷ୍ଟ ହୋଇଛି । ୧୭ ରାଜ୍ୟରୁ ନିଆଯାଇଥିବା ୬୭୭ ସାମ୍ପଲ ପରୀକ୍ଷଣରୁ ଆଇସିଏମଆର ସ୍ପଷ୍ଟ କରିଛି । ଗୋଟିଏ ଡୋଜ୍ ବା ଉଭୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ସର୍ଭେ ହୋଇଥିଲା । ୬୭୭ ମଧ୍ୟରୁ ୮୬ ପ୍ରତିଶତ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ । ମାତ୍ର ୯.୮ ପ୍ରତିଶତ ସଂକ୍ରମିତଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଛି । ଅନ୍ୟପଟେ ୦.୪ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଉତ୍ତର ଭାରତରେ ଆଲଫା ଏବଂ ଅନ୍ୟ ଅଂଚଳରେ ଡେଲଟା ପ୍ରାଦୁର୍ଭାବ ବେଶି ରହିଛି । ସଂକ୍ରମିତଙ୍କ ମଧ୍ୟରୁ ୭୧ ଲକ୍ଷଣଯୁକ୍ତ । ବାକି ୨୯ ପ୍ରତିଶତ ଲକ୍ଷଣହୀନ ଥିଲେ । ଟିକା ଯୋଗୁଁ ରୋଗୀ ଗୁରୁତର ହେବା ଏବଂ ହସ୍ପିଟାଲ ଯିବା ସଂଖ୍ୟା ହ୍ରାସ ପାଇଛି । ୬୭୭ ସାମ୍ପଲ ମଧ୍ୟରୁ ୮୫ ପ୍ରଥମ ଡୋଜ୍ ଓ ବାକି ୨ୟ ଡୋଜ ପରେ ସଂକ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking