ଇନଷ୍ଟଗ୍ରାମରେ ଅଶ୍ଳୀଳ ଫଟୋ ଲାଇକ କରି ଚର୍ଚ୍ଚାରେ ପୋପ୍ ଫ୍ରାନ୍ସିସ

ନୂଆଦିଲ୍ଲୀ: ଜଣେ ବିକିନୀ ମଡେଲଙ୍କ ର‌୍ୟାସି ସସପେଣ୍ଡର୍ସ ଫଟୋକୁ ଲାଇକ କରିବା ପରେ ପପ୍ ଫ୍ରାନ୍ସିସ ଇନଷ୍ଟଗ୍ରାମ ହ୍ୟାଣ୍ଡେଲ ଏବେ ହେଡ ଲାଇନ ବନିଯାଇଛି । ଉକ୍ତ ମଡେଲରଙ୍କ ନାଁ ହେଉଛି ନଟାଲିଆ ଗରିବୋଟୋ । ଏହି ମଡେଲଙ୍କ ଫଟୋକୁ ପପର ସୋସିଆଲ ମିଡିଆ ଆକାଉଣ୍ଟ ଡବଲ ଲାଇକ କରିଥିବାର ସ୍କ୍ରିନ ସଟ୍ ନଟାଲିଆଙ୍କ ଜଣେ ଫଲୋଅର୍ସ ରଖିଥିବା ଦାବି କରିଛନ୍ତି । ଏହି ଖବରଟି ସେହି ମଡେଲଙ୍କ ଦ୍ୱାରା ସେୟାର କରାଯାଇଥିଲା ଏବଂ ଏହା ଉପରେ ସେ ଟିପ୍ପଣୀ ପ୍ରଦାନ କରିଥିଲେ । ହେଲେ ପୋପର ଅଫିସିଆଲ ଆକାଉଣ୍ଟ ଏହାକୁ ଲାଇକ କରିନଥିଲେ । ଏହି ଫଟୋରେ ଜଣେ ବ୍ରାଜିଲିଆନ ମଡେଲ ଏକ ସ୍କର୍ଟରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହି ୨୭ ବର୍ଷୀୟା ମଡେଲରଙ୍କ ଫଟୋକୁ ପୋପଙ୍କ ଅଫିସିଆଲ ଆକାଉଣ୍ଟ ଭୁଲ ବଶତଃ ଶିଘ୍ର ଅନଲାଇକ କରିବା ଏବଂ ଏବେ ରେକର୍ଡ ହୋଇଥିବା ସ୍କ୍ରିନ ସଟ ବାସ୍ତବ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏହା ଉପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here