40.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀବେଲପତ୍ରର ଔଷଧିୟ ଗୁଣ

ବେଲପତ୍ରର ଔଷଧିୟ ଗୁଣ


ବେଲପତ୍ରକୁ ପୂଜା ପାଇଁ ବ୍ୟବହୃତ ହୁଏ । ଆଜି ଚାଲନ୍ତୁ ଜାଣିବା ବେଲପତ୍ରର ଚମତ୍କାରିତା ଓ ଔଷଧିୟ ଗୁଣ ବିଷୟରେ ଓ ବେଲପତ୍ର ନିୟମିତ ଖାଇଲେ କେଉଁ କେଉଁ ରୋଗରୂ ମୁକ୍ତି ମିଳିଥାଏ । ଏହା ଜଡ଼ିବୁଟି ଅଟେ । ଅନେକ ଔଷଧ ଏହିଥିରୁ ପ୍ରସ୍ତୁତ ହୋଇଥାଏ ।
୧- ଆପଣ ଯଦି ହୃଦ ରୋଗରେ ପୀଡ଼ିତ ଅଛନ୍ତି ।ତେବେ ବେଲପତ୍ରକୁ ବାଟି ଏହାର ସେବନ କଲେ । ହୃଦ ରୋଗ ସମସ୍ୟାରୁ ମୁକ୍ତି ମିଳେ ।
୨- ସକାଳୁ ଏହାକୁ ନିୟମିତ ଖାଇଲେ ଏହା ହାର୍ଟ ରୋଗରୁ ବଞ୍ଚାଇବା ସହ କୋଲୋଷ୍ଟ୍ରଲକୁ କମାଇ ଥାଏ ।
୩- ପାଟି ଭିତରେ ଘା’ ହୋଇଥିଲେ ଗେଟିଏ ଦୁଇଟି ବେଲପତ୍ରକୁ ଚୋବାଇ ଖାଆନ୍ତୁ । ଧିରେ ଧିରେ ଘା’ ଭଲ ହୋଇଯିବ ।
୪- ଯଦି କଛି ପେଟର ସମସ୍ୟା ଅଛି ତେବେ ବେଲପତ୍ରକୁ ଗୋଲମରିଚ ସହ ବାଟି ସକାଳେ ଖାଲି ପେଟରେ ଖାଇଲେ ପେଟ ସମସ୍ୟାରୁ ଉପଶମ ମିଳେ ।
୫- ଜ୍ୱର ହୋଇଥିଲେ ବେଲପତ୍ର ସବୁଠୁ ବେଶୀ ଜଲଦି କାମ ଦେଇଥାଏ ।
୬- ଆଜମା ରୋଗରେ ପୀଡ଼ିତ ଥିଲେ ବେଲପତ୍ରରେ ମହୁ ମିଶାଇ ଖାଇଲେ ଆଜମା କମ ହୋଇଥାଏ ।
୭- ଶରୀର ଦୁର୍ବଳ ଲାଗୁଥିଲେ ବେଲପତ୍ର ରସ ସହିତ ଜିରାଗୁଣ୍ଡ ମିଶାଇ ଖାଇଲେ ଦେହ ଭଲ ଲାଗିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking