31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜାତୀୟ ପ୍ରେସ ଦିବସ ପାଳିତ

ଜାତୀୟ ପ୍ରେସ ଦିବସ ପାଳିତ

ମୟୂରଭଞ୍ଜ: ଗୋପବନ୍ଧୁ ନଗର ବ୍ଲକ ପ୍ରେସ କ୍ଳବ୍ ପକ୍ଷରୁ ଆଜି ରାଣୀବନ୍ଧ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରେସ କ୍ଳବ୍ ର ସଭାପତି ନିମାଇଁ ପ୍ରସାଦ ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ସୁକେଶ୍ବର ମଢେଇ, ମୁଖ୍ୟ ବକ୍ତା ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି କୁଶଳଦା ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସିଂ, ରାଣୀବନ୍ଧ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ଟୁଡୁ, ପ୍ରାକ୍ତନ ସରପଂଚ ତଥା ନବ ନିର୍ମାଣ କୃଷକ ସଂଗଠନର ଓଡିଶା ସଂଯୋଜକ କମଳାକାନ୍ତ ମହାକୁଡ, ସତ୍ୟବାନ ଉପାଧ୍ୟାୟ, ଯୁବ ନେତା କମଳାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇ ସମାଜର ସାମ୍ବାଦିକ ମାନଙ୍କର ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବାଦିକ ହିରେନ ରାୟ, ଚିତ୍ତରଞ୍ଜନ ଦଳେଇ, ଶାନ୍ତନୁ ମଢୁଆଳ, ଦୀପକ ଚୌଧୁରୀ, ମାଣିକ ହେମ୍ରେମ, ସୂର୍ଯ୍ୟକାନ୍ତି ରାଉତ, ଯୋଗେଶ୍ବର ସାହୁ, ସମ୍ବିତ କୁମାର ରାଉତ, ତପନ ପାତ୍ର, ସମ୍ପୂର୍ଣ୍ଣ ହେମ୍ରେମ, ଜୟନ୍ତ କୁମାର ସ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ପ୍ରେସ କ୍ଳବ୍ ସଂପାଦକ ଡକ୍ଟର କୁମାର ବାବୁଲି ଅତିଥି ପରିଚୟ ଓ ରଂଜନ ମଢୁଆଳ ଧନ୍ୟବାଦ ଅର୍ପଣ କରିଥିଲେ। ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ପ୍ରଧାନ ଗୁରୁମା ପଦ୍ମାଲି ବେହେରା କଂ ସମେତ ସମସ୍ତ ଗୁରୁମା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking