ଅମୃତସର: ‘ୱାରିସ୍ ପଞ୍ଜାବ ଦେ’ର ପ୍ରମୁଖ ପଳାତକ ଅମ୍ରିତପାଲ୍ ସିଂହର ସବୁଠୁ ନିକଟତମ ସୀଥୀ ପପଲ୍ପ୍ରୀତ୍ ସିଂହକୁ ମଙ୍ଗଳବାର ସକାଳେ ଆସାମ ପଠାଯାଇଛି । ତାକୁ ଅମ୍ରିତପାଲ୍ର ଅନ୍ୟ ୮ ସାଥୀଙ୍କ ସହିତ ଦିବ୍ରୁଗନ ଜେଲ୍ରେ ରଖାଯିବ । ସୋମବାର ପଞ୍ଜାବ ପୁଲିସ ସରେଣ୍ଡର କରିବା ପ୍ରସ୍ତୁତିରେ ଥିବା ପପଲ୍ପ୍ରୀତ୍କୁ ଅମୃତସରର କତ୍ଥୁନଙ୍ଗଲରୁ ଗିରଫ କରିଥିଲା । ଆସାମରେ ପହଞ୍ଚିବା ପରେ ପପଲ୍ପ୍ରୀତ୍ କହିଛି, ସେ ଅମ୍ରିତପାଲ୍ ସିଂହ ସମ୍ପର୍କରେ ଜାଣିନାହିଁ ।
ତା’ର ସୂଚନା ମଧ୍ୟ ତା ପାଖରେ ନାହିଁ । ଅମ୍ରିତ୍ପାଲ୍ ଓ ସେ ମାର୍ଚ୍ଚ ୨୮ରେ ଅଲଗା ହୋଇଯାଇଥିଲେ । ଏହାପରେ ତା’ର ଅମ୍ରିତ୍ପାଲ୍ ସିଂହ ସହିତ କୌଣସି ଯୋଗାଯୋଗ ହୋଇନାହିଁ । ଅନ୍ୟପକ୍ଷରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍ର ସାଥୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ପିଟିସନ୍ ଉପରେ ପଞ୍ଜାବ ସରକାର ଜବାବ ଦେଇଛନ୍ତି । ନାସ୍ନାଲ୍ ସିକ୍ୟୁରିଟି ଆକ୍ଟକୁ ନେଇ ସରକାର ଆଡ୍ଭାଇଜରୀ ବୋର୍ଡ ଗଠନ କରିଛନ୍ତି ବୋଲି ପଞ୍ଜାବ ସରକାର ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି । ଏବେ ଅମ୍ରିତପାଲ୍ର ସାଥୀମାନଙ୍କୁ ଆଡ୍ଭାଇଜରୀ ବୋର୍ଡରେ ଅପିଲ୍ କରିବାକୁ ହେବ । ସେହପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୨୪କୁ ନିର୍ଦ୍ଧାରିତ କରାଯାଇଛି ।