39.1 C
Bhubaneswar
Friday, April 26, 2024
Homeଓଡିଶାଭଙ୍ଗା ଦଦରା ଘରେ ବିତୁଛି ଦିବ୍ୟାଙ୍ଗ ଙ୍କ ଜୀବନ

ଭଙ୍ଗା ଦଦରା ଘରେ ବିତୁଛି ଦିବ୍ୟାଙ୍ଗ ଙ୍କ ଜୀବନ

 

ବୈପାରିଗୁଡା – ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଂଜିବାକୁ ପକା ଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି ।ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକା ଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଉଦାସୀନତା ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଂଚିତ ହୋଇ ରହୁଛନ୍ତି ।ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୈପାରିଗୁଡା ପଞ୍ଚାୟତର ସଦର ମହକୁମା ରେ ଥିବା ହନୁମାନ ନଗର ର ଦିବ୍ୟଙ୍ଗ ରାମେଶ୍ୱରୀ ସଗରିଆ ।ଦିବ୍ୟାଙ୍ଗ ରାମେଶ୍ୱରୀ ଙ୍କୁ ଗୁଂଜିବାକୁ ଭଲ ଘର ମଧ୍ୟ ନାହିଁ ।ଏବେ ଭଙ୍ଗାଦଦରା ଘରେ ରହି ବାର ଦୁଆର ସୁଣ୍ଡି ପିଣ୍ଡା ହୋଇ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ।ହେଲେ ଏହି ଅସହାୟ ପରିବାର ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନର ନଜର ନାହିଁ ।ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ହନୁମାନ ନଗର ସାହି ।ଦିବ୍ୟାଙ୍ଗ ରାମେଶ୍ୱରୀ ଏବଂ ମାଆ ସୁବର୍ଣ୍ଣ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ।ଦିବ୍ୟାଙ୍ଗ ରାମେଶ୍ୱରୀ ଙ୍କ ପରିବାର କହିଲେ ତାଙ୍କ ମାଆ ଆଉ ସେ ନିଜ କୁ ନେଇ ତାଙ୍କ ଘର ସଂସାର ଚଳିଥାଏ ।ରାମେଶ୍ୱରୀ ଙ୍କ ଗୋଡ଼ ଜନ୍ମ ରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେ ଚାଲିବା କଷ୍ଟ କର ହୋଇପଡିଛି ।ଏଭଳି ସ୍ଥିତିରେ ଘର ଖଣ୍ଡେ କରିବାକୁ ବି ରାମେଶ୍ୱରୀ ଙ୍କ ହାତରେ ସମ୍ବଳ ନାହିଁ ।ଦୀର୍ଘବର୍ଷ ହେଲା ଭଙ୍ଗା ଦଦରା ମାଟି କୁଡ଼ିଆ ଘରେ ଖରା ବର୍ଷା ସହ୍ୟକରି ମୁଣ୍ଡ ଗୁଂଜିଆସୁଛନ୍ତି ।ଦିବ୍ୟାଙ୍ଗ ରାମେଶ୍ୱରୀ ସଗରିଆ ଙ୍କୁ ଆବାସ ଯୋଜନାରେ ସାମିଲ ହୋଇ ଘରଟିଏ ଯୋଗାଇ ଦେବାକୁ ତାଙ୍କ ମାଆ ସୁବର୍ଣ୍ଣ ସଗରିଆ ବହୁବାର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ନେଇ ବୈପାରିଗୁଡା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।ହେଲେ ତାଙ୍କ ଗୁହାରିକୁ କେହି ମଧ୍ୟ ଶୁଣି ନାହାନ୍ତି ।ଫଳରେ ଦୀର୍ଘବର୍ଷ ହେଲା ଦିବ୍ୟାଙ୍ଗ ରାମେଶ୍ୱରୀ ଏବଂ ତାଙ୍କ ମାଆ ସୁବର୍ଣ୍ଣ ଭଙ୍ଗା ଦଦରା ମାଟିଘରେ ଆଶ୍ରୟନେଇ ଖରାବର୍ଷା ରେ ବହୁ କଷ୍ଟରେ ଦିନକାଟି ଆସୁଥିବା ରାମେଶ୍ୱରୀ ଙ୍କ ମାଆ ସୁବର୍ଣ୍ଣ ଏବଂ ପଡ଼ୋଶୀ ଲୋକ ଦୁଃଖର ସହ ପ୍ରକାଶ କରିଛନ୍ତି ।ତେବେ ଯଥାଶୀଘ୍ର ରାମେଶ୍ୱରୀ ଙ୍କ ପାଇଁ ପ୍ରଧାନ ଆବାସ ଯୋଜନାରେ ଗୃହ ଖଣ୍ଡେ ଯୋଗାଇ ଦେବାକୁ ସାଧାରଣ ରେ ଦାବି ହୋଇଛି ।
ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking