39.6 C
Bhubaneswar
Wednesday, June 3, 2026
Homeଓଡିଶାଶବ ଆଗରେ ପୁଲିସ-ଜନତାଙ୍କ ଠେଲାପେଲା

ଶବ ଆଗରେ ପୁଲିସ-ଜନତାଙ୍କ ଠେଲାପେଲା

ଭୁବନେଶ୍ୱର: ଶବ ଆଗରେ ପୁଲିସ-ଜନତାଙ୍କ ଠେଲାପେଲା । କଟକ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ସମ୍ମୁଖରେ ପୁଲିସ ଓ ପୋଡାମରାଇ ଗାଁର ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି । ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିବା ଦୀପକ ସେଠୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭଦ୍ରେଶ୍ୱର ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ । ତେବେ ସାଲେପୁର ଏବଂ ଭଦ୍ରେଶ୍ୱର ଥାନା ପୁଲିସ ଏହାକୁ ଗୁରୁତର ସହ ନେଇ ନଥିବା ଏବଂ ପରିବାର ଲୋକଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଲୋକେ ।ମୃତଦେହ ଘରେ ପହଞ୍ଚିବା ମାତ୍ରେ ଶତାଧିକ ଲୋକ ଭଦ୍ରେଶ୍ୱର ଥାନା ସମ୍ମୁଖରେ ଧାରଣା ଦେବାକୁ ଆସୁଥିଲେ । ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା । ମୃତଦେହ ଧରି ଧାରଣା ଦେବାକୁ ଆସୁଥିବା ବେଳେ ଥାନା ଠାରୁ ୧୦୦ ମିଟର ପୂର୍ବରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଜନତା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । କଟିକଟା-ମାହାଙ୍ଗା ପୂର୍ତ୍ତ ରାସ୍ତା ଉପରେ ଶବ ରଖି ଧାରଣାରେ ବସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking