କେନ୍ଦୁଝର: କେନ୍ଦୁଝରରେ ଗୋରୁ ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ । କେନ୍ଦୁଝର ଜିଲ୍ଲାରେ ଗୋରୁ ଚାଲାଣକାରୀଙ୍କ ସହ ଜଡିତ ଥିବା ଅଭିଯୋଗରେ ତେଲକୋଇ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗୌରହରି ପାତ୍ର ନାମକ ଏହି କନେଷ୍ଟବଳଙ୍କୁ ଗିରଫ କରି ତେଲକୋଇ ପୋଲିସ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ନଭେମ୍ବର ୨୬ ତାରିଖରେ ପୋଲିସ ଦଳ ଚୋରା ଚାଲାଣ ପାଇଁ ଗୋରୁ ବୋଝେଇ କରୁଥିବା ତିନୋଟି ଗାଡି ଜବତ କରିଥିଲା । ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ କନେଷ୍ଟବଳ ପାତ୍ର ତଦନ୍ତ ସମୟର ଗତିବିଧି ଏବଂ କାର୍ଯ୍ୟ ବିଷୟରେ ଚୋଲା ଚାଲାଣକାରୀଙ୍କୁ ସୂଚନା ଦେଉଥିଲେ । ଏହା ପରେ ପୋଲିସ ଗୁଇନ୍ଦା ୟୁନିଟରୁ ମିଳିଥିବା ସୂଚନା ଆଧାରରେ ତାଙ୍କ କାର୍ଯ୍ୟକଳାପ ଏବଂ ତାଙ୍କ ମୋବାଇଲ୍ ଫୋନ୍ ଉପରେ କଡା ନଜର ରଖିଥିଲା । ପାତ୍ର ସୂଚନା ପ୍ରଦାନ କରୁଥିବା ସମୟରେ ଧରାପଡ଼ିଥିଲେ, ଯାହା ଫଳରେ ତାଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି ।










