27.1 C
Bhubaneswar
Tuesday, July 15, 2025
Homeଓଡିଶାମହଙ୍ଗା ପଡ଼ିଲା ମିଛ ମାମଲା; ପୋଲିସ ଗଣିବ ୫ ଲକ୍ଷ

ମହଙ୍ଗା ପଡ଼ିଲା ମିଛ ମାମଲା; ପୋଲିସ ଗଣିବ ୫ ଲକ୍ଷ

ବରଗଡ଼ : ବରଗଡ଼ ପାଇକମାଳାର ନାବାଳକ ନିଖୋଜରେ ମିଛ ମାମଲା କରି ପୋଲିସ ଏବେ ଅଡ଼ୁଆରେ ପଡ଼ିଛି । ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ୍ ପୂରାଇବା ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଭୁଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।
ଏକ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲରେ ରଖାଯାଇଥିଲା । ୨୦୧୬ ମସିହାର ର ଏହି ଘଟଣାଟି ହୋଇଥିବା ବେଳେ ନାବାଳକଙ୍କ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଗିରଫ ୨ ଜଣଙ୍କୁ ଜେଲ ମଧ୍ୟ ପଠାଇ ଦିଆଯାଇଥିଲା। ତେବେ ୨୦୧୮ ରେ ନାବାଳକ ଜଣଙ୍କ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ । ପରବର୍ତୀ ସମୟରେ ଗିରଫ ବ୍ୟକ୍ତି ଦ୍ୱୟ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର ପରେ ମାନବ ଅଧିକାର କମିଶନ ନିଜର ରାୟ ଶୁଣାଇବା ସହ କ୍ଷତି ପୂରଣ ବାବଦକୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ଦେବାର ୨ ମାସ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking