34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନୂଆ କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର

ନୂଆ କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଘୋଷଣା କରାଯାଇଛି । ସଂସ୍ଥା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ ଭରିବେ କେନ୍ଦ୍ର । ୧ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ ଦେବ କେନ୍ଦ୍ର । ସଂସ୍ଥା ଦେବାକୁ ଥିବା ୧୨ ପ୍ରତିଶତ ଓ କର୍ମଚାରୀଙ୍କ ୧୨ ପ୍ରତିଶତ ଦେବ କେନ୍ଦ୍ର । ୧ ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର । କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨ ପ୍ରତିଶତ ରାଶି କେନ୍ଦ୍ର ଦେବ । ଏହି ଇପିଏଫ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କ ଇପିଏଫ ଭରିବ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking