33.1 C
Bhubaneswar
Friday, April 26, 2024
Homeଓଡିଶାକଟକରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର

କଟକରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର

କଟକ: କଟକ ଜିଲ୍ଲାର କୋଭିଡ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସଂକ୍ରମଣ ସଂଖ୍ୟା କମୁଥିବାରୁ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ । କରୋନାରୁ ସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ । ଆଜି ରାଜ୍ୟରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହେ।ଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେ।ଇଥିବା ବେଳେ ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୨ ଜଣ ଓ ବରଗଡ଼,ବାଲେଶ୍ୱର, କଟକ,କଳାହାଣ୍ଡି,କେନ୍ଦ୍ରାପଡ଼ା,ମୟୁରଭଞ୍ଜ ,ସମ୍ବଲପୁର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking