14.1 C
Bhubaneswar
Saturday, January 18, 2025
Homeଓଡିଶାପୁଲିସ ଆକ୍ସନ: ମାଟିରେ ମିଶିଲା ଲେଡିଡନ୍‌ଙ୍କ ଘର

ପୁଲିସ ଆକ୍ସନ: ମାଟିରେ ମିଶିଲା ଲେଡିଡନ୍‌ଙ୍କ ଘର

ଭୁବନେଶ୍ୱର: ବସ୍ତିରେ ନିଶା କାରବାର ସହ ପି.ସୁବ୍ରତ ରାଓ ଓରଫ୍ ଚନ୍ଦୁକୁ ଅତି ବୀଭତ୍ସ ଭାବେ ପିଟିପିଟି ହତ୍ୟା କରିବା ମହଙ୍ଗା ପଡ଼ିଛି ଲେଡିଡନ୍ ରଞ୍ଜୁ ନାୟକଙ୍କ ପାଇଁ । ରଞ୍ଜୁ ଓ ସହଯୋଗୀ କାହ୍ନା ନାୟକକୁ କ୍ୟାପିଟାଲ୍ ପୁଲିସ ଗିରଫ କରି ଜେଲ୍ ପଠାଇବା ପରେ ସରକାରୀ ଜାଗାରେ ଗଢ଼ିଉଠିଥିବା ରଞ୍ଜୁଙ୍କ ବେଆଇନ ଘରକୁ ମାଟିରେ ମିଶାଇଦେଇଛି କମିଶନରେଟ୍ ପୁଲିସ । ବିଏମ୍‌ସି ଓ ବିଡିଏ ସହାୟତାରେ ରଞ୍ଜୁଙ୍କ ୟୁନିଟ୍‌-୮ସ୍ଥିତ ନାରାୟଣ ବସ୍ତି ଘର ବୁଲ୍‌ଡୋଜରରେ ସଫା ହୋଇଯାଇଛି । ଏଥିପାଇଁ ୨ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଖୋଦ୍ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଉପସ୍ଥିତଥିଲେ । ରଞ୍ଜୁ, ନିଶା ବେପାରୀଙ୍କ ପାଇଁ ୬ଟି କୋଠରୀ ନିର୍ମାଣ କରିବା ସହ ତା’ଭିତରେ ପିଣ୍ଡି କରିଥିଲେ । ନିଶା କାରବାରରେ ସଂପୃକ୍ତବ୍ୟକ୍ତି ଏହି ନିକାଞ୍ଚନ ଘରେ ବସି ବ୍ରାଉନସୁଗର, ମଦ ଏବଂ ଗଞ୍ଜେଇ କାରବାର ଚଳାଇଥିଲେ । ରଞ୍ଜୁ ନାମକୁ ମାତ୍ର ଏକ ଚା ପାନ ଦୋକାନ ଚଳାଉଥିଲେ । କିନ୍ତୁ ନିଶା କାରବାର ଥିଲା ତାଙ୍କର ଅସଲକାମ । ଗ୍ରାହକଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ରଞ୍ଜୁ ବେଆଇନ କାର୍ଯ୍ୟ କରୁଥିବା ପୁଲିସ କହିଛି । ଅନ୍ୟପଟେ ପୁଲିସ ଜାଣତରେ ସବୁ ଚାଲୁଥିଲା ବୋଲି କିଛି ସ୍ଥାନୀୟ ଯୁବକ ଅଭିଯୋଗ କରିଛନ୍ତି । ପୁଲିସ ମାସିକିଆ ନେଉଥିବାରୁ ନାରାୟଣୀ ବସ୍ତିରେ ବ୍ରାଉନସୁଗର କାରବାର ବଢ଼ି ଚାଲିଥିଲା । ଦୀର୍ଘ ୨୦ ବର୍ଷ ଧରି ଲେଡିଡନ୍ ବସ୍ତିରେ ଆଧିପତ୍ୟ ବିସ୍ତାର କରିଥିଲା । ଘର ଭାଙ୍ଗିବା ପରେ ବସ୍ତିବାସିନ୍ଦା କହିଛନ୍ତି ଯେ ଆମେ ଅଣନିଶ୍ୱାସୀ ହୋଇଯାଇଥିଲୁ । ବସ୍ତିରେ ସବୁ ବେଆଇନ କାମ କରୁଥିଲେ ରଞ୍ଜୁ ଓ କାହ୍ନା । ଖାଲି ନିଶା କାରବାର ନୁହେଁ, ଦେହବେପାର ଚଳାଉଥିଲେ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ ହତ୍ୟାକାରୀ ରଞ୍ଜୁ ଓ କାହ୍ନା ଝାରପଡ଼ା ଜେଲରେ ଦିନ କାଟୁଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ସହରାଞ୍ଚଳରେ ଅପରାଧ ଦମନ ନିମନ୍ତେ ଅତୀତରେ କମିଶନରେଟ୍ ପୁଲିସ ପକ୍ଷରୁ ଅନେକ ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି । ସହରରେ ଥିବା ଅପରାଧୀମାନେ ଅପରାଧ ଘଟାଇବା ପୂର୍ବରୁ ଯୋଜନା ପ୍ରସ୍ତୁତି ନିମନ୍ତେ ଭଙ୍ଗାଘର, ବନ୍ଦପଡ଼ିଥିବା ଦୋକାନ ଘର ବା ଏକାନ୍ତ ସ୍ଥାନରେ ଥିବା ଭଡ଼ାଘର ବ୍ୟବହାର କରିଥାନ୍ତି । ଏହିସବୁରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ପୁଲିସ ତରଫରୁ ବିକଳ୍ପ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଏହିକ୍ରମରେ କ୍ୟାପିଟାଲ ଥାନା ଅନ୍ତର୍ଗତ କୁଖ୍ୟାତ ଅପରାଧୀ ଓ ବ୍ରାଉନସୁଗାର ବେପାରୀ ରଞ୍ଜୁଙ୍କର ସରକାରୀ ଜାଗାରେ ଥିବା ଘର ଓ ବଡ଼ଗଡ଼ ଥାନା ଅଞ୍ଚଳର ମହିଷାଖାଲ ବସ୍ତିରେ ରହୁଥିବା ଅନ୍ନପୂର୍ଣ୍ଣା ବେହେରା ଓରଫ୍ ପାନାର ସରକାରୀ ଜାଗାରେ ଥିବା ଘରକୁ ପୁଲିସ ତରଫରୁ ବିଏମ୍‌ସି ସହାୟତାରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking