27.1 C
Bhubaneswar
Friday, March 29, 2024
Homeଓଡିଶାଓଭରଲୋଡ୍ ଗାଡିଗୁଡିକ ବିରୁଦ୍ଧରେ ଡ୍ରାଇଭ୍ କୁ ତୀବ୍ର କରିବ ଏସ୍‌ଟିଇ

ଓଭରଲୋଡ୍ ଗାଡିଗୁଡିକ ବିରୁଦ୍ଧରେ ଡ୍ରାଇଭ୍ କୁ ତୀବ୍ର କରିବ ଏସ୍‌ଟିଇ

ଭୁବନେଶ୍ୱର: ରାଜ୍ୟ ପରିବହନ ପ୍ରାଧିକରଣ ସମଗ୍ର ରାଜ୍ୟରେ ଓଭରଲୋଡିଂ ବିରୋଧୀ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ଆସନ୍ତା ୧୯ରୁ ବିଭାଗ ଯାନବାହାନର ଓଭରଲୋଡିଂ ବିରୋଧରେ ୬ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବ । ୨୦୨୧ ମସିହାରେ ଓଭରଲୋଡ୍ ଯାନ ଯୋଗୁଁ ୧୪୪୨ ଟି ଦୁର୍ଘଟଣା ଘଟିଥିଲା । ଗାଡି ଗୁଡିକର ଭାରସାମ୍ୟ ଅବସ୍ଥା ଠିକ ନଥିବା ଯୋଗୁଁ ମୋଟ ୬୭୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏତଦ୍ୱ୍ୟତୀତ, ଭାରସାମ୍ୟ ହରାଇ ଯାନବାହନ ଦୁର୍ଘଟଣାରେ ସମୁଦାୟ ୮୩୪ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୫୮୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୋଟର ଯାନ ନିୟମକୁ ଖଣ୍ଡନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ ଧାରା ୧୯୪ (ଆଇ) ଅନୁଯାୟୀ ଦଣ୍ଡିତ କରାଯିବ । ଯାନବାହାନର ଓଭରଲୋଡିଂ ପାଇଁ ୨୦,୦୦୦ ଟଙ୍କା ଏବଂ ଅତିରିକ୍ତ ଟନ୍ ପିଛା ୨,୦୦୦ ଟଙ୍କା ଜୋରିମାନା କରାଯିବ । ଆହୁରି ମଧ୍ୟ, ଡ୍ରାଇଭିଂ ଲାଇସେନ୍ସ ୩ମାସ ପାଇଁ ରଦ୍ଦ ହୋଇପାରେ । ସଡ଼କ ସୁରକ୍ଷା ଯୁଗ୍ମ କମିଶନର ପରିବହନ, ସଞ୍ଜୟ ବିଶ୍ୱାଳ କହିଛନ୍ତି, “ଏହି ଡ୍ରାଇଭ୍ ରାଜ୍ୟର ଶିଳ୍ପ ଏବଂ ଖଣି କାର୍ଯ୍ୟକଳାପ ଥିବା ଅଞ୍ଚଳରେ ବିଶେଷ ଫୋକସ୍ ସହିତ ବ୍ୟାପକ ଭାବେ ପରିଚାଳିତ ହେବ, କାରଣ ସାଧାରଣତଃ ଏହି ଅଞ୍ଚଳରେ ଦେଖାଯାଏ ଯେ ଅନେକ ସାମଗ୍ରୀ ଯାନବାହାନ ନିୟମ ମାନୁ ନାହାଁନ୍ତି ଏବଂ ଦୁର୍ଘଟଣା ଘଟାଉଛନ୍ତି । ବାଲି, ପାଉଁଶ, ଚିପ୍ସ ଇତ୍ୟାଦି ପରିବହନ କରୁଥିବା ହାଇଭା, ଟିପର ଡମ୍ପର୍ ଏବଂ ଅନ୍ୟାନ୍ୟ ସମାନ ବର୍ଗର ଯାନଗୁଡିକ ମୋଟର ଯାନ (ଏମ୍‌ଭି) ନିୟମକୁ ଉଲ୍ଲଂଘନ କରି ଗାଡି ଚଳାଚଳ କରୁଥିବାର ଦେଖିବାକୁ ମିଳେ । ରାୟଗଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରୁସୁଗୁଡା, ସୁନ୍ଦରଗଡ, ଢ଼େଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଏବଂ ଖୋର୍ଦ୍ଧା ଆଦି ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହା ପୂର୍ବରୁ ଓଭରଲୋଡ୍ ଗାଡି ଉପରେ କଟକଣା ଜାରି କରି ମୋଟ ୮୩ ଟି ଇ-ଚାଲାଣ ଜାରି କରାଯାଇଥିଲା, ୨୫ ଟି ଗାଡି ଜବତ କରାଯାଇଥିଲା ଏବଂ ୮୧ ଟି ଡିଏଲ ସ୍ଥଗିତ ରଖାଯାଇଥିଲା । ୩, ୬୯,୪୬୧ କମ୍ପାଉଣ୍ଡିଂ ଫି ସଂଗ୍ରହ କରାଯାଇଥିଲା । ସ୍ୱତନ୍ତ୍ର ଡ୍ରାଇଭ୍ ସେପ୍ଟେମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking