ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ବେସରକାରୀ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ୍ ଏରୋସ୍ପେସ୍ର ଟିମ୍ ସହ କଥା ହୋଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିକ୍ରମ-୧’ର ସଫଳ ଉତ୍କ୍ଷେପଣ ଭାରତର ମହାକାଶ ଯାତ୍ରାରେ ଏକ ଐତିହାସିକ ମୁହୂର୍ତ୍ତ। ବେସରକାରୀ କ୍ଷେତ୍ରର ବଢ଼ୁଥିବା ଅଂଶଗ୍ରହଣ ଦେଶର ମହାକାଶ କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଖୋଲିବା ସହ ନୂତନଜ୍ଞାନ କୌଶଳକୁ ଅଧିକ ଗତି ଦେଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ସଫଳତା ଅସଂଖ୍ୟ ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ନିର୍ଭୟରେ ନୂତନ ଉଦ୍ଭାବନ କରିବା ପାଇଁ ପ୍ରେରଣା ଯୋଗାଇବ। ସ୍କାଏରୁଟ୍ ଏରୋସ୍ପେସ୍ର ଏହି ସଫଳତା ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏକ ନୂଆ ଅଧ୍ୟାୟ ବୋଲି ସେ ମତ ପ୍ରକାଶ କରିଛନ୍ତି।










