40.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠୁ ଯୁକ୍ତ୨ ନାମଲେଖା ଆରମ୍ଭ

ଆଜିଠୁ ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ସମସ୍ତ କଲେଜରେ ଯୁକ୍ତ୨ ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଚାଲିବ ଏହି ନାମଲେଖା ପ୍ରକ୍ରିୟା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
ବିଦ୍ୟାର୍ଥୀ ନାମ ଲେଖାଇବା ପରେ ଅନ୍‌ଲାଇନ୍‌ରେ ସାମ୍ସ ୱେବ୍‌ସାଇଟ୍‌ ଲଗ୍‌ ଇନ୍‌ କରି ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ବିଦ୍ୟାର୍ଥୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ବିଦ୍ୟାର୍ଥୀ ଓ ଅଭିଭାବକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ୬ ଫୁଟ୍‌ ଦୂରତା ବଜାୟ ରଖିବେ। ଭିଡ଼ ଏଡ଼ାଇବା ପାଇଁ ଇଣ୍ଟିମେସନ୍‌ରେ ପ୍ରଦାନ କରାଯାଇଥିବା ସମୟରେ ଶିକ୍ଷାନୁଷ୍ଠାନ ଯିବେ ବିଦ୍ୟାର୍ଥୀ। କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) କପି ସହ ମାଟ୍ରିକ୍‌ ସାର୍ଟିଫିକେଟ୍‌, ମାର୍କସିଟ୍‌, ସ୍କୁଲ କଣ୍ଡକ୍ଟ ଓ ଲିଭିଙ୍ଗ ସାର୍ଟିଫିକେଟ୍‌ ସହ ଅନ୍ୟ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ ପଡ଼ିବ। ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking