32.1 C
Bhubaneswar
Thursday, March 28, 2024
Homeଓଡିଶାଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର

ଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର

ଯାଜପୁର : ଯାଜପୁର କୋରାଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଗୋଳେଇ ପଂଚାୟତରେ ରିଲିଫ ସାମଗ୍ରୀ ବଣ୍ଟନର ପକ୍ଷପାତି କରାଯାଇଥିବା ନୀତିକୁ ବିରୋଧ କରାଯାଇ ଏକ ଦାବୀ ପତ୍ର କୋରାଇ ବି. ଡ଼ି.ଓଙ୍କୁ ଦାବି ପତ୍ର ପଦାନ କରାଯାଇଥିଲା । ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୁତ୍ୱରେ ଉକ୍ତ ପଂଚାୟତ ର 1, 2, 3 ୱାର୍ଡର ଲୋକମାନେ ଆସି ଚଳିତ ବନ୍ୟାରେ ଏହି ପଂଚାୟତରେ ନାହଁ ନଥିବା କ୍ଷତି ଘଟିଥିଲା । ରିଲିଫ ବଣ୍ଟନରେ ଶାସକଦଳ ଲୋକମାନଙ୍କୁ ଦିଆଯାଇ ଥିଲା । ସାଧାରଣ ଲୋକମାନଙ୍କୁ ଦିଆଯାଇ ନାହଁ । ସରକାରୀ ଯୋଜନାରୁ ଲୋକମାନଙ୍କୁ ବଂଚିତ କରାଯାଉଛି । ଏହା ବ୍ୟତୀତ କଂଟ୍ରୋଲ ଜାତ ଦ୍ରବ୍ୟ ବାଟ ମାରଣ କରାଯାଉଛି । ଏହାର ତଦନ୍ତ କରାଯିବାକୁ ଦାବିପତ୍ର ପଦାନ କରାଯାଇ ଥିଲା । ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ ବୋହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking