*ବିଜେଡି ଓ ବିଜେପି ନାଟକ କରୁଛନ୍ତି: ନିରଞ୍ଜନ*

*ବିଜେଡ଼ି-ବିଜେପି ସଂପର୍କ ପଦାରେ ପଡ଼ିଲା*
*ଚାଷୀଙ୍କ ସହିତ ଖେଳ ଖେଳୁଛନ୍ତି ବିଜେଡ଼ି-ବିଜେପି*

ଭୁବନେଶ୍ୱର – ସଂସଦରେ ପାରତି ହୋଇଥିବା କୃଷି ବିଲ୍‌ର ପ୍ରତିକ୍ରିଆ ରଖିଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଯେଉଁ କୃଷିବିଲ ପାରିତ ହେଲା ପ୍ରକୃତରେ ତାହା ଚାଷୀମାନଙ୍କ କ୍ଷେତ୍ରରେ ଲାଭ ହେବ ନା କ୍ଷତି ହେବ ତାହା ଉପରେ ବହୁ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ଆଜିର ପ୍ରେସବାର୍ତା ମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ଦ୍ୱିତୀୟରେ ବିଜେଡ଼ି ଓ ବିଜେପିର ନାଟକ କିଛି ବୁଝି ହେଉନାହିଁ । ଓଡ଼ିଶାର ଲୋକଙ୍କୁ କାହିଁକି ଏତେ ନିର୍ବୋଧ ଭାବୁଛନ୍ତି । ଲୋଭସଭାରେ ବିଜେଡ଼ି ଏହି କୃଷିବିଲ୍‌କୁ ସମର୍ଥନ କଲେ କିନ୍ତୁ ରାଜ୍ୟ ସଭାରେ ବିରୋଧ କଲେ । ଏ କି ପ୍ରକାର ରାଜନୀତି ଏବଂ ଏ କି ପ୍ରକାର ଅଭିନୟ କରି ଓଡ଼ିଶା ଦେଶକୁ କାହିଁକି ପ୍ରତାରିତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଗତ କିଛିଦିନ ତଳେ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥିଙ୍କୁ ବିଜେଡ଼ି ସମର୍ଥନ କରିଥିଲା । ସେହିପରି ପୂର୍ବରୁ ବିମୁଦ୍ରିକରଣ, ଜିଏଷ୍ଟି, ରାଜ୍ୟସଭା ନିର୍ବାଚନ ଆଦି ଅନେକ ଗୁଡ଼ିଏ କ୍ଷେତ୍ରରେ ବିଜେଡ଼ି ବିଜେପିକୁ ଖୋଲା ସମର୍ଥନ ଦେଇଆସିଛି । ଚିଟଫଣ୍ଡରେ ରଖିଥିବା ସାଧାରଣ ଲୋକଙ୍କ ଟଙ୍କା ଫେରେଇବା ପାଇଁ ସରକାର କମିଶନ ବସାଇଲେ ୭ଲକ୍ଷ ରୁ ୮ଲକ୍ଷ ଆପିଲ୍‌କେସନ୍ ରଖିଲେ କିନ୍ତୁ ଯେଉଁମାନେ ଚିଟ୍‌ଫଣ୍ଡରେ ଟଙ୍କା ରଖିଥିଲେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାଧାରଣ ଲୋକ ଟଙ୍କା ପାଇଲେ ନାହିଁ । ତେଣୁ ପ୍ରକୃତ ପକ୍ଷରେ ଦୋଷୀକୁ ସାବ୍ୟସ୍ତ କରିବାପାଇଁ ସିବିଆଇର କଣ ଆନ୍ତରିକତା ଅଛି ତାହା ତାଙ୍କୁ ଜଣା । କିନ୍ତୁ ଆଜି ବିଜେଡ଼ି ଯେଭଳି ଭାବେ କୃଷିବିଲ୍‌କୁ ରାଜ୍ୟ ସଭାରେ ବିରୋଧ କଲା ତାହା ଓଡ଼ିଶା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏ ନାଟକବାଜି ସମ୍ପର୍କରେ ଉଭୟ ବିଜେଡ଼ି ଓ ବିଜେପି ଦଳ ପକ୍ଷରୁ ଜନସାଧାରଣଙ୍କୁ ତାଙ୍କର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଜଣାଇବାର ଆବଶ୍ୟକତା ରହିଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here