26.1 C
Bhubaneswar
Monday, July 14, 2025
Homeଓଡିଶାଓଡିଶା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ପ୍ଲାଜମା ଦାନ

ଓଡିଶା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ପ୍ଲାଜମା ଦାନ

କଟକ: ରାଜ୍ୟ ଅଗ୍ନିଶମ ବିଭାଗ ର ଦୁଇ ଜଣ କର୍ମଚାରୀ ଆଜି କଟକ ସ୍ଥିତ ଏସିବି ମେଡିକାଲରେ ନିଜର ପ୍ଳାଜମା ଦାନ କରିଛନ୍ତି।ସେହି ଦୁଇ ଜଣ ହେଲେ ସନ୍ତୋଷ କୁମାର ସାମଲ ଏବଂ ତାପସ କୁମାର ରାଉତ।
ସୂଚନା ଅନୁଯାୟୀ, ଗତ ମାସ ରେ ହୋଇଥିବା ଅମ୍ଫନ୍ ବାତ୍ୟା ର ମୁକାବିଲା କରିବାକୁ ଆମ ରାଜ୍ୟରୁ ୩୭୨ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ କୋଲକାତା ଏବଂ ହାୱଡା ଯାଇଥିଲେ।ସେଠାରୁ ଫେରିବା ପରେ ୧୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ କରାେନରୁ ସୁସ୍ଥ ହୋଇଥିବା ୧୦ କର୍ମଚାରୀ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ।ଆଜି ଅଗ୍ନିଶମ ବିଭାଗ ଡିଜିପି ସତ୍ୟଜିତ ମହାନ୍ତି ଦୁଇ କର୍ମଚାରୀଙ୍କୁ ସମ୍ମାନିତ କରିବା ସହ ୨୫୦୦ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking