30.1 C
Bhubaneswar
Thursday, April 25, 2024
Homeଓଡିଶାମୁରମ୍ ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ ନାମରେ ବଟି ମାଗିବା ଘଟଣାରେ ଦଲାଲ ଏବଂ ତହସିଲଦାର...

ମୁରମ୍ ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ ନାମରେ ବଟି ମାଗିବା ଘଟଣାରେ ଦଲାଲ ଏବଂ ତହସିଲଦାର ବିବାଦ ଘେରୋରେ ଫିଟୁଛି କଳାକାରନାମାର ଗୁମର

 
ମୟୂରଭଞ୍ଜ:ଲଘୁଖଣିଜଦ୍ରବ୍ୟର ଚାଲାଣକୁ ନେଇ ଦେଖାଦେଇଛି ବିବାଦୀୟ ପରିସ୍ଥିତି। ବିବାଦ ଘେରୋରେ ସରକାର ଏବଂ ସରକାରୀ ବ୍ୟବସ୍ଥା। ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଆସୁଥିବା “ନିର୍ମଳଶାସନ, ସ୍ଵଚ୍ଛ ପ୍ରଶାସନ” ଦମ୍ଭକ୍ତିକୁ ପ୍ରମାଣ କରିଛି। ଚାଲିଥିବା ଲଘୁଖଣିଜ ଦ୍ରବ୍ୟର ବ୍ୟବସାୟକୁ ଦେଖିଲେ ଏଠି ଦାମ୍ପଣ ପାରିହୋଇ ଯାଉଛି କିନ୍ତୁ ଅଟକି ଯାଉଛି ଛୁଞ୍ଚି। ଯାହା ବିଭିନ୍ନ ସ୍ତରରେ ଜିଲ୍ଲାର କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ସ୍ୱଚ୍ଛତା, ଦକ୍ଷତା ଓ ନିରପେକ୍ଷତା ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି।ସେହିପରି ଦଲାଲଙ୍କ କବଜାରେ ଚାଲିଛି ଅଧିକାଂଶ ତହସିଲ କାର୍ଯ୍ୟାଳୟ। ତହସିଲଦାର ଇସାରାରେ ମଧ୍ୟସ୍ଥି କାମକରି ଦଲାଲମାନେ ରାତିରେ ଯାଇ ହାତୀଏ କମାଉଥିବା ବେଳେ ସେହି ଦଲାଲଙ୍କ ମାଧ୍ୟମରେ ରାତାରାତି ଲକ୍ଷାଧିକ ଟଙ୍କା କମାଉଛନ୍ତି ତହସିଲଦାର। ଏଭଳି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଯାଞ୍ଚ ବଦଳରେ ନୀରବତା ଦେଖାଇ ଆସୁଛନ୍ତି ସରକାର ଏବଂ ମନ୍ତ୍ରୀ। ତେବେ କଣ ଲୁଟ ଅର୍ଥରୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ଭାଗ କେତେ ବୋଲି ପ୍ରଶ୍ନକୁ ନେଇ ଯୋର ଧରିଛି ଚର୍ଚ୍ଚା। ନିକଟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାରଙ୍କ ନାମରେ ଆସିଥିବା ସଙ୍ଗୀନ ଅଭିଯୋଗ ଫିଟାଉଛି କୁହୁକ ପେଡିର ଗୁମର। ବେତନଟୀ ତହସିଲଦାର ସମେତ ଅନ୍ୟ ୪ଜଣଙ୍କ ନାମରେ ଥାନାରେ ମାମଲାରୁଜୁ କଲେ ଟ୍ରକମାଲିକ । ଦଲାଲ ସହାୟତାରେ ଗାଡି ଧରିବା ଓ ଛାଡିବାକୁ ନେଇ ଲକ୍ଷାଧିକଟଙ୍କା ମାଗିବା ଅଭିଯୋଗକୁ ନେଇ ଥାନାର ଦ୍ବାରସ୍ଥ ହେଲେ ଗାଡିମାଲିକ । ଅନ୍ୟପଟେ ଘଟଣାକୁ ଦୁଇଦିନ ବିତିବା ପରେ ଗାଡିମାଲିକଙ୍କ ବିରୋଧରେ ଥାନାରେ ଏତଲା ଦେବା ତହସିଲଦାରଙ୍କ କାର୍ଯ୍ୟ କଳାପକୁ ସନ୍ଦେହଘେରୋକୁ ଟାଣିନେଇଛି । ତେବେ ଥାନାରେ ଦୁଇପକ୍ଷରୁ ମାମଲାରୁଜୁ ହେବାପରେ ତହସିଲଦାର ମୁହଁ ଖୋଲିବା ସହିତ ଭାଇରାଲ ଅଡିଓ ବାର୍ତ୍ତାଳାପକୁ ଖଣ୍ଡନ କରିବା ସହ ଟଙ୍କା ଡିଲର ଅପପ୍ରଚାର କରୁଥିବା ବ୍ୟକ୍ତି ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ତହସିଲଦାର ନିକଟରେ ରହି ବର୍ତ୍ତାଳାପ କରୁଥିବା ଅଭିଜୀତ୍ ନାମକ ଯୁବକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବୈଶିଙ୍ଗାଥାନା ପୋଲିସ । ତେବେ ଏହି ଅଭିଜିତ କିଏ ? ତହସିଲଦାରଙ୍କ ସହ ସମ୍ପର୍କ କଣ ? କାହିଁକି ବିଶ୍ବାସ କରୁଥିଲେ ଏବଂ ତାଙ୍କ ନାମ ବ୍ୟବହାର କରିବାକୁ ସୁଯୋଗ ଦେଲେ କେବଳ ରାତାରାତି ମୋଟା ଅଙ୍କର ଟଙ୍କା ରୋଜଗାର କରିବା ପାଇଁ ନୁହେଁ ତୋ ବୋଲି ପ୍ରଶ୍ନ ଉଠୁଥିବା ବେଳେ ତାଙ୍କର ସମ୍ପତ୍ତିକୁ ନେଇ ଭିଜିଲାନ୍ସବିଭାଗ ପକ୍ଷରୁ ତଦନ୍ତ ପାଇଁ ରାଜ୍ୟ ସରକାର ଘୋଷଣା କରିବା ଉଚିତ ହେବ ବୋଲି ମତପ୍ରକାଶ ପାଉଛି।
ଗତ ୨୦ତାରିଖ ସୋମବାର ରାତି ୩ଟା ୪୦ରେ ବୈଶିଙ୍ଗାଥାନା ଅନ୍ତର୍ଗତ ବୈଶିଙ୍ଗାଛକ ନିକଟରେ କାଗଜପତ୍ର ଥାଇ ଓଡି-୦୧-ଏଫ୍-୯୨୪୮ ନମ୍ବର ବିଶିଷ୍ଟ ଟ୍ରକରେ ମୋରମ ବୋଝେଇ ହୋଇ ବାଲେଶ୍ଵର ଅଞ୍ଚଳକୁ ଯାଉଥିବାବେଳେ ବେତନଟୀ ତହସିଲ କାର୍ଯ୍ୟ‌ାଳୟର ଏସ୍.ଟି.ଏଫ କର୍ମଚାରୀର ପରିଚୟ ଦେଇ କିଛି ଯୁବକ ରାସ୍ତାରେ ଗାଡ଼ିକୁ ଅଟକାଇଥିଲେ। ଡ୍ରାଇଭର ନିକଟରୁ ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ। ଏହାସହ ଏକକାରରେ ତହସିଲଦାର ଏବଂ ସବ୍-କଲେକ୍ଟର ମାଡାମ୍ ବସିଥିବା କହି ୨୦ ହଜାରଟଙ୍କା ବଟି ମାଗିଥିଲେ। ତେବେ ଏ ଅଭିଜିତ ଜଣକ କିଏ….
ବେତନଟୀ ତହସିଲ କାର୍ଯ୍ୟାଳୟରେ ସକ୍ରିୟ ଦଲାଲ୍
ମୋରମ ବୋଝେଇ ଗାଡ଼ି ଜବତକୁ ନେଇ ବିବାଦୀୟ ପରିସ୍ଥିତି
ରଫାଦଫା ଉଦ୍ୟମକୁ ନେଇ ଆସିଲା ସାଂଘାତିକ ଅଭିଯୋଗ
ଅଭିଜିତ ସହିତ ସମ୍ପର୍କ ଥିଲା, ମାତ୍ର ଆଉ ରହିବନି: ତହସିଲଦାର
‘‘ମ୍ୟାଡାମଙ୍କ କଥା ମୁଁ ବୁଝିବି। ଆପଣ ସିଧାସଳଖ ମୋ ସହିତ ଯୋଗାଯୋଗ କରିବେ। ମୋରମ ଗାଡ଼ି ହେଉ କି ବାଲି ଗାଡ଼ି ଜବତ, ସବୁକଥା ମୋ ସହିତ ଆଲୋଚନା କରିବ।’’ ଏହା କୌଣସି ଅଧିକାରୀଙ୍କ କଥା ନୁହେଁ। ବେତନଟୀ ତହସିଲରେ ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ ଯୁବକଙ୍କ ଫୋନ୍ ଜରିଆରେ ବାର୍ତ୍ତାଳପ। ନିଜକୁ ବେତନଟୀ ତହସିଲଦାର ଅନିସା ଦାସ’ଙ୍କ ଅତ୍ୟନ୍ତ ଘନିଷ୍ଠ ଦର୍ଶାଇ ଅଭିଜିତ ନାମକ ଜଣେ ଯୁବକ ଜବତ ହୋଇଥିବା ଏକ ମୋରମ ଗାଡ଼ିର ମାଲିକଙ୍କ ପୁଅ ସହିତ ଏହି ଆଲୋଚନା। ଏହି ଯୁବକ ଅଭିଜିତ ବେତନଟୀ ତହସିଲର କୌଣସି କର୍ମଚାରୀ କିମ୍ବା ଅଧିକାରୀ ନହୋଇ ମଧ୍ୟ ଯେପରି ବିଭିନ୍ନ ଲୋକଙ୍କ ସହ ଆଲୋଚନା କରେ ତାହା କଳ୍ପନାତୀତ। ବେତନଟୀ ତହସିଲ ଅଞ୍ଚଳରେ ଚାଲିଥିବା ସମସ୍ତ ସରକାରୀ ପ୍ରକ୍ରିୟା ଯେ ଦଲାଲଙ୍କର ନିୟନ୍ତ୍ରଣ ରହିଛି ତାହା ଖୋଦ୍ ତହସିଲଦାରଙ୍କ ଉପସ୍ଥିତିରେ ଏହି ଯୁବକର ଗାଡ଼ି ମାଲିକ ସହିତ ଆଲୋଚନା ପ୍ରମାଣ କରୁଛି। ଅଭିଜିତ ନାମକ ଏହି ଯୁବକଙ୍କ ସହିତ ସମ୍ପର୍କକୁ ଖୋଦ୍ ତହସିଲଦାର ସ୍ବିକାର କରିଛନ୍ତି। ଏଠାକୁ ଆସିବା ପୂର୍ବରୁ ସେ ତାଙ୍କୁ ଜାଣିଥିବା ତହସିଲଦାର କହିଛନ୍ତି। ମାତ୍ର ତାଙ୍କ ନାମକୁ ନେଇ ଏପରି ଅପବ୍ୟବହାର କରିଥିବାରୁ ସେ କିଛି କରିପାରିବେ ନାହିଁ। ତେବେ ଆଜିଠୁ ଉକ୍ତ ଯୁବକ ସହିତ ଆଉ କୌଣସି ସମ୍ପର୍କ ରହିବ ନାହିଁ ବୋଲି ତହସିଲଦାର ଅନିଶା ଦାସ ପ୍ରକାଶ କରିଛନ୍ତି। ବୈଶିଙ୍ଗାଛକରେ ମୋରମ ବୋଝେଇ ଦୁଇଟିଟ୍ରକ୍ ଜବତ ଏବଂ ଅଭିଜିତ ମାଧ୍ୟମରେ ରଫାଦଫା ଉଦ୍ୟମ ଘଟଣା ସାମ୍ନାକୁ ଆସିବା ସହିତ ଫିଟୁଛି ଘଟଣା ପଛର ଗୁମର। ମୁରୁମ ଚାଲାଣ ନେଇ ଆବଶ୍ୟକ କାଗଜପତ୍ର ଥାଇ ଆଇନଗତଭାବେ ଓଡି-୦୧-ଏଫ୍-୯୨୪୮ ନମ୍ବର ବିଶିଷ୍ଟ ଟ୍ରକରେ ଯାଉଥିବା ବେଳେ ବେତନଟୀ ତହସିଲ କାର୍ଯ୍ୟ‌ାଳୟର *ଏସ୍ ଟି ଏଫ* କର୍ମଚାରୀର ପରିଚୟ ଦେଇ କିଛି ଯୁବକ ଗାଡ଼ି ଅଟକାଇଥିଲେ। ଜୋରଜବରଦସ୍ତ ଗାଡିର କାଗଜପତ୍ର ସହ ଟଙ୍କା ମଧ୍ୟ ମାଗିଥିଲେ। ମାତ୍ର ଡ୍ରାଇଭରର ସନ୍ଦେହ ହେବାରୁ କାଗଜପତ୍ର ନଦେଖାଇ ଡ୍ରାଇଭର୍ ଟ୍ରକକୁ ବୈଶିଙ୍ଗାଥାନା ନେଇଯାଇଥିଲେ। ସେଠାରେ ଟ୍ରକପାର୍କିଂ କରୁଥିବାବେଳେ ତହସିଲଦାର ଅନିସା ଦାସ ଆସିଥିବା ଉକ୍ତ ଟ୍ରକ୍ ମାଲିକର ପୁଅ ଶ୍ରୀକାନ୍ତ ଦାସ କହିଛନ୍ତି। ଏହି ଘଟଣାକୁ ନେଇ ବେତନଟୀ ତହସିଲଦାରଙ୍କ ସହିତ ଅଭିଜିତ ନାମକ ଜଣେ ଯୁବକ କଥାବାର୍ତ୍ତା କରାଇ ଘଟଣାକୁ ସମାଧାନ କରିବାକୁ ଉଦ୍ୟମ କରୁଥିବା ବାର୍ତ୍ତାଳାପ ଭାଇରାଲ ଅଡିଓରୁ ସ୍ପଷ୍ଟ ହୋଇଛି। ମାତ୍ର ସେଥିରେ ରାଜିନହେବାରୁ ଏହି କଥାକୁ ନେଇ ବିବାଦ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲାରେ କିନ୍ତୁ ତହସିଲଦାର ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଦୁଇଟି ଟ୍ରକ ଜବତ କରିଥିବା ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି। ବେତନଟୀ ତହସିଲ ଅଞ୍ଚଳରେ ବେଆଇନଭାବେ ଏପରି ଲଘୁ ଖଣିଜ ଚୋରାଚାଲଣ ହେଉଥିବା ଅଭିଯୋଗରେ ଦର୍ଶାଇ ଆଇନଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ବ‌ାହାରକୁ ଆସିଥିବା ଏକାଧିକ ଅଡିଓ ଟେପରେ ତହସିଲଦାର କେତେବେଳେ ନିଜେ ଟ୍ରକ୍ ଜବତ କରିଥିବା କହୁଛନ୍ତି ତ’ ଆଉ କେତେବେଳେ ସେ ଥାନାରେ ପହଞ୍ଚିବାବେଳକୁ ଟ୍ରକ୍ ସେଠାରେ ଥିବା କହୁଛନ୍ତି। ଏହିସବୁ ଅଡିଓ ଟେପରେ କିନ୍ତୁ ବେତନଟୀ ତହସିଲ କାର୍ଯ୍ୟାଳୟ ସହିତ ଆଦୌ ସଂପୃକ୍ତ ନଥିବା ଏକାଧିକ ଦଲାଲଙ୍କ ନାମ ସାମ୍ନାକୁ ଆସୁଛି। ଯାହାକି ବେଆଇନ ଲଘୁଖଣିଜ ଲୁଟ୍ ରୋକିବାକୁ ନେଇ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସନ୍ଦେହ ସୃଷ୍ଟି କରୁଛି। ମାତ୍ର ଏହାକୁ ରୋକିବାକୁ ନିଆଯାଉଥିବା ସରକାରୀ କାର୍ଯ୍ୟାନୁଷ୍ଠାନ ଉପରେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସରକାରୀ ପ୍ରକ୍ରିୟାରେ ଏହି ବ୍ୟବସାୟରେ ଲିପ୍ତ କିଛି ବ୍ୟକ୍ତି ତହସିଲ କାର୍ଯ୍ୟାଳୟରେ ନିଜର ପତିଆରା ଜମାଇ ବିଭିନ୍ନ ବାଟରେ ଅନ୍ୟ ବ୍ୟବସାୟୀଙ୍କୁ ଶୋଷଣ କରୁଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।
ମୟୁରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking