28.3 C
Bhubaneswar
Wednesday, June 24, 2026
Homeଓଡିଶାଫଟୋ ଭାଇରାଲ: କଠୋର ଦଣ୍ଡ ପାଇଁ ଚିନ୍ତା କରୁଛୁ

ଫଟୋ ଭାଇରାଲ: କଠୋର ଦଣ୍ଡ ପାଇଁ ଚିନ୍ତା କରୁଛୁ

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରେ ଫଟୋ ଭାଇରାଲ ଘଟଣା । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡ ବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । ବାରମ୍ବାର ମନ୍ଦିର ପ୍ରଶାସନ ପକ୍ଷରୁ କୁହାଗଲେ ବି ଶୁଣୁନାହାନ୍ତି । କିଛି ଅମାନିଆ ବାରମ୍ବାର ଏଭଳି କାମ କରୁଛନ୍ତି । ଯିଏ ଏମିତି କରୁଛନ୍ତି ଦର୍ଶନ ପାଇଁ ନୁହେଁ, ଡ୍ରାମା କରିବାକୁ ଆସୁଛନ୍ତି । ପୁରୁଣା ଆିନରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ସୂଚନାଥାଉକି, ରତ୍ନ ସିଂହାସନରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖାଯାଉଥିବା ଫଟୋଟିକୁ ‘ଆଶୀର୍ବାଦ – ୯୪୫’ ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ ଏବଂ ପରେ ଏହାକୁ ଏକ ଷ୍ଟାଟସ୍ ପୋଷ୍ଟ ଭାବରେ ସେୟାର କରିଥିଲେ। ସୁରକ୍ଷା ବ୍ୟବସ୍ଥା ଏବଂ ନିଷେଧ ଆଦେଶ ସତ୍ତ୍ୱେ ନିଷିଦ୍ଧ ଅଞ୍ଚଳ ଭିତରେ ଫଟୋ କିପରି ଉଠାଗଲା ତାହା ନେଇ ଏହି ଘଟଣା ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking