32.1 C
Bhubaneswar
Saturday, June 22, 2024
Homeଓଡିଶାପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ଫିର୍ ଆଏଗା ମୋଦୀ ଗୀତ

ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ଫିର୍ ଆଏଗା ମୋଦୀ ଗୀତ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏଥିପାଇଁ ସାରା ଦେଶରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପ୍ରଚାର ପାଇଁ ୧୦ ମିନିଟର ଏକ ଥିମ୍ ସଙ୍ଗ୍ ରିଲିଜ କରିଛି । ଯାହା ରହିଛି ‘ଫିର୍ ଆଏଗା ମୋଦୀ…’ । ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହ ପାର୍ଟିର କର୍ମକର୍ତ୍ତା ମାନେ ମଧ୍ୟ ଏହି ଗୀତକୁ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତ ଏବେ ଖୁବ ଚର୍ଚ୍ଚାରେ ରହିଛି। ଏକ ଗଣ ମାଧ୍ୟମକୁ ପ୍ରେମ ଆନନ୍ଦ କହିଛନ୍ତି,‘‘ବଲିଉଡରେ କାମ କରୁଥିବା ସମୟରେ ‘ଫିର୍ ଆଏଗା ମୋଦୀ’ ସ୍ଲୋଗାନ୍ ବିଭିନ୍ନ ମହଲରେ ଲୋକପ୍ରିୟ ହେଉଥିବା ଦେଖି ଏହାକୁ ଗୀତ ରୂପରେ ଦେବା ପାଇଁ ମୋ ଭିତରେ ଆଗ୍ରହ ସୃଷ୍ଟି ହୋଇଥିଲା । ‘ଫିର୍ ଆଏଗା ମୋଦି’ ଟ୍ୟାଗଲାଇନରେ ଗୀତ ଲେଖିବା ପାଇଁ ଗୀତିକାର ଅରୁଣ କୁମାର ଶର୍ମାଙ୍କୁ ଅନୁରୋଧ କରାଯାଇଥିଲା । ସେ ବହୁତ ସୁନ୍ଦର ଭାବେ ଗୀତ ଲେଖିଥିଲେ । ତା’ ପରେ ମୁଁ ସ୍ୱର ପ୍ରସ୍ତୁତ କରିଥିଲି । ଏହାପରେ ଦିଲ୍ଲୀରେ ବିଜେପିର ମିଡିଆ ବ୍ୟାପରରେ ଜିଡିତ ଥିବା ଜଣେ ନେତାଙ୍କୁ ସାକ୍ଷାତ କରି ଗୀତ ଶୁଣାଇଥିଲି । ସେ ଗୀତ ଶୁଣି ପସନ୍ଦ କରିଥିଲେ । ଏନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ । ତାଙ୍କୁ ମଧ୍ୟ ଗୀତ ଭଲ ଲାଗିଥିଲା ।’’ସେ ଆହୁରି କହିଛନ୍ତି,’’ ନଭେମ୍ୱର ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଚିବଙ୍କ ପାଖରୁ ଫୋନ୍ ଆସିଥିଲା । ଗୀତକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଚୟନ କରିଥିବା ସେ ସୂଚନା ଦେଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋତେ ଅଭିନନ୍ଦନ ଜଣାଇଥିଲେ । ଏହି ଗୀତ ଡିସେମ୍ୱର ମାସରେ ରିଲିଜ ହେବା ପରେ ମୋର ଶୁଭେଛୁ ଓ ସଙ୍ଗୀତପ୍ରେମୀ ମୋତେ ଅଭିନନ୍ଦନ ଜଣାଇଥିଲେ । ଜଣେ ଓଡ଼ିଆ ଭାବେ ଏହି କାର୍ଯ୍ୟରେ ସଫଳତା ମିଳିଥିବାରୁ ମୁଁ ଗର୍ବ ଅନୁଭବ କରୁଛି ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking