28.1 C
Bhubaneswar
Sunday, June 16, 2024
Homeମନୋରଞ୍ଜନଶାଶୁଘରେ ରକୁଲ ପ୍ରୀତ ସିଂଙ୍କ ପ୍ରଥମ ରୋଷେଇ

ଶାଶୁଘରେ ରକୁଲ ପ୍ରୀତ ସିଂଙ୍କ ପ୍ରଥମ ରୋଷେଇ

ମୁମ୍ବାଇ: ଗତ ଫେବୃଆରୀ ୨୧ତାରିଖରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀଙ୍କ ବିବାହ ହୋଇଥିଲା । ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଶାଶୁ ଘରେ ରକୁଲ ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି । ଅଭିନେତ୍ରୀ ଶାଶୁଘରେ ପ୍ରଥମ ଥର ପାଇଁ ପୁରା ପରିବାର ଲୋକଙ୍କ ପାଇଁ ନିଜ ହାତରେ ହାଲୁଆ ପ୍ରସ୍ତୁତ କରିଛନ୍ତି । ନିକଟରେ ରାକୁଲ ପ୍ରୀତ ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏକ ସୁନ୍ଦର ହାଲୁଆରେ ପୂର୍ଣ୍ଣ ପାତ୍ରର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଚୌକା ଚାରଧାନା । ରକୁଲ ପ୍ରୀତ ସିଂଙ୍କ ପ୍ରଥମ ରୋଷେଇ ସମାରୋହର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୌକା ଚାରଧାନା ହେଉଛି ଏକ ରୀତିନୀତି ଯେଉଁଥିରେ ଜଣେ ନବବଧୂ ତାଙ୍କ ଶାଶୁ ଘରେ ପ୍ରଥମ ଥର ରୋଷେଇ କରିଥାଆନ୍ତି । ଏଥିରେ ଜଣେ ନବବଧୂ ନିଜ ହାତରେ କିଛି ମିଠା ପ୍ରସ୍ତୁତ କରି ପୁରା ପରିବାର ଲୋକଙ୍କୁ ଖାଇବାକୁ ଦେଇଥାଏ | ତେବେ ବିବାହ ପରେ ରକୁଲ ପ୍ରୀତ ସିଂ ତାଙ୍କର ପ୍ରଥମ ରୋଷେଇରେ ହାଲୱା ତିଆରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking