30.1 C
Bhubaneswar
Wednesday, April 24, 2024
Homeଓଡିଶାଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ : ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ଓ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ବୁଝା ସୁଝା କରିଥିଲେ । ଏହା ପରେ ରାସ୍ତାରୋକ୍ ହଟିଥିଲା ।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପ୍ରବାସୀମାନେ କୋଏମ୍ବାଟୁରରୁ ଶ୍ରମିକମାନେ ଟ୍ରେନ୍ ଯୋଗେ ଶୁକ୍ରବାର ରାତିରେ ଭଦ୍ରକରେ ପହଂଚିଥିଲେ । ସେଠାରେ ସେ ରାତିରେ ରହିଥିଲେ । ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗରେ ସେମାନେ ନିଜ ନିଜ ବ୍ୟାଗ୍ ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ବୁଝା ସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
https://onakhabar.com/2020/05/17/kandhamal-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking