35.1 C
Bhubaneswar
Tuesday, April 23, 2024
Homeଅପରାଧଯୌତୁକ ଟଙ୍କାରେ ଅନ୍ଧ ହୋଇ ମାରିଦେଲେ ବୋହୂକୁ

ଯୌତୁକ ଟଙ୍କାରେ ଅନ୍ଧ ହୋଇ ମାରିଦେଲେ ବୋହୂକୁ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ’ ଥାନା ଅଧିନ ସିକବାଡ଼ି ଗ୍ରାମରେ ଯୌତୁକ ପାଇଁ ବଧୂକୁ ହତ୍ୟା କରାଯାଇଥିବା ନେଇ ବ୍ରାହ୍ମଣୀଗାଁ’ ଥାନାରେ ଝିଅର ଘର ଲୋକ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ହତ୍ୟାର ଶିକାର ହୋଇଥିବା ବଧୂ ଜଣକ ହେଲେ ସିକବାଡ଼ି ଗ୍ରାମର ମହେନ୍ଦ୍ର ବେହେରା ମାଝୀ(୨୫)ଙ୍କ ସ୍ତ୍ରୀ ମିନାକ୍ଷୀ ପ୍ରଧାନ(୨୦) ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଟେକାଙ୍ଗିଆ ଗ୍ରାମର ମିନାକ୍ଷୀ ପ୍ରଧାନ ଦୁଇବର୍ଷ ପୂର୍ବେ ମହେନ୍ଦ୍ର ବେହେରା ମାଝୀଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ ପରେ ଶଶୁର ଘର ଲୋକେ ଯୌତୁକ ପାଇଁ ମିନାକ୍ଷୀଙ୍କ ଘର ଲୋକଙ୍କ ନିକଟରେ ଦାବି କରିଥିଲେ । ଏହା ପରେ ଝିଅର ବାପା ଘର ଲୋକ ଯୌତୁକ ବାବଦରେ ପୁଅ ଘର ଲୋକଙ୍କୁ ଗୋଟିଏ ବାଇକ କିଣି ଦେଇଥିଲେ । ତେବେ ଏହା ପରେ ବି ଯୌତୁକ ଲୋଭ ଯାଇନଥିଲା ମହେନ୍ଦ୍ରଙ୍କ ଘର ଲୋକଙ୍କର । ଏହାପରେ ପୁଣି ଯୌତୁକକୁ ନେଇ ଘରେ ଶଶୁର ଘର ଲୋକ ଗଣ୍ଡଗୋଳ କରି ମିନାକ୍ଷୀକୁ ନେଇ ତାଙ୍କ ବାପ ଘର ଗାଁ’ ଟେକାଙ୍ଗିଆରେ ଛାଡି ଦେଇଥିଲେ । ଏହାପରେ ଝିଅର ବାପ ଘର ଲୋକ ବୁଝାସୁଝା କରି ଝିଅ ମିନାକ୍ଷୀକୁ ୨ ସପ୍ତାହ ତଳେ ଶଶୁର ଘରେ ଛାଡି ଆସିଥିଲେ । ହେଲେ ଝିଅକୁ ଛାଡି ଆସିବାର କିଛି ଦିନ ପରେ ଗତ ଶୁକ୍ରବାର ଦିନ ମିନାକ୍ଷୀର ମୃତ ଖବର ଶୁଣି ଝିଅର ବାପ ଘର ଲୋକ ସିକବାଡ଼ି ଗାଁ’ରେ ପହଂଚିଥିଲେ । ଏହାପରେ ଝିଅର ଭାଇ ସୁକଦ୍ୱେ ପ୍ରଧାନ ଭଉଣୀ ମିନାକ୍ଷୀର ମୃତ୍ୟୁକୁ ନେଇ ଯୌତୁକ ନଦେବାରୁ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବ୍ରାହ୍ମଣୀଗାଁ’ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking