31.1 C
Bhubaneswar
Friday, March 29, 2024
Homeଓଡିଶାବଡ଼ ଖବର, ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସଂଖ୍ୟା ପହଂଚିଲା ୪କୁ

ବଡ଼ ଖବର, ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସଂଖ୍ୟା ପହଂଚିଲା ୪କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ଗଞ୍ଜାମରେ ପୂର୍ବରୁ ଜଣେ ମୃତ୍ୟୁ ବରଣ କରିଥିଲେ । ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସଂପୃକ୍ତ ଯୁବକ ଜଣଙ୍କ ସୁରଟ ଫେରନ୍ତା । କିନ୍ତୁ ଆଜି ପ୍ରଥମେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିବା ସୁରଟ୍ ଫେରନ୍ତାଙ୍କ ମଧ୍ୟରୁ ୨ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ସେମାନେ କରୋନାରେ ମରିଥିବା ନେଇ ଆଜି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଉଭୟଙ୍କ ରକ୍ତ ନମୂନା ପୂର୍ବରୁ ପରୀକ୍ଷା ପାଇଁ ଯାଇଥିଲାବେଳେ ଜଣଙ୍କର ରକ୍ତ ନମୂନା ନେଗେଟିଭ୍ ଆସିଥିଲା । ଜଣେ କରୋନା ଆକ୍ରାନ୍ତ ଓ ଅନ୍ୟ ଜଣେ କରୋନାରେ ଆକ୍ରାନ୍ତ ନୁହଁନ୍ତି ବୋଲି ରିପାର୍ଟଁ ଆସିବା ପରେ କରୋନା ମୃତ୍ୟୁ ସଂଖ୍ୟା ୧ ଦର୍ଶାଗଲା । ଅନ୍ୟ ଜଣେ ବ୍ୟକ୍ତି କ’ଣ ପାଇଁ ମୃତ୍ୟୁ ବରଣ କରିଛନ୍ତି ତାହା ସ୍ପଷ୍ଟ କରାଯାଇ ନାହିଁ । ସେ କିନ୍ତୁ ଆକ୍ରାନ୍ତଙ୍କ ତାଲିକାରେ ଥିଲେ । ନେଗେଟିଭ୍ ଆସିଲା ପରେ ମୃତ୍ୟୁ କାରଣ ଅନ୍ୟ କିଛି ରୋଗ ପାଇଁ ହୋଇଥିବା କୁହାଯାଉଛି । ଅନ୍ୟ ପଟେ ରାଜ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୯୬ଜଣ ସୁସ୍ଥ ହୋଇଛନ୍ତି । ୬୨୭ଜଣ ଚିକିତ୍ସାଧିନ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking