27.1 C
Bhubaneswar
Thursday, April 25, 2024
Homeରାଜନୀତିସ୍ୱର୍ଗତ ଶରତବାବୁଙ୍କ ରାଷ୍ଟ୍ରୀୟ ସମ୍ମାନ ପରିପେକ୍ଷୀରେ ମନ୍ତ୍ରୀ ପ୍ରତାପଙ୍କ ମନ୍ତବ୍ୟର ନିରଞ୍ଜନଙ୍କ ପ୍ରତିକ୍ରିୟା*

ସ୍ୱର୍ଗତ ଶରତବାବୁଙ୍କ ରାଷ୍ଟ୍ରୀୟ ସମ୍ମାନ ପରିପେକ୍ଷୀରେ ମନ୍ତ୍ରୀ ପ୍ରତାପଙ୍କ ମନ୍ତବ୍ୟର ନିରଞ୍ଜନଙ୍କ ପ୍ରତିକ୍ରିୟା*

*
ଭୁବନେଶ୍ୱର, – ଶରତବାବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ପର୍କରେ ମନ୍ତ୍ରୀ ପ୍ରତାପବାବୁ ଆଜି ସ୍ପଷ୍ଟୀକରଣ ଦେଇ
କହିଛନ୍ତି ଯେ, ମୁଁ ପିଲାଳିଆ ଭାବରେ ମନ୍ତବ୍ୟ ଦେଇଛି । ତାଙ୍କ ଏ ମନ୍ତବ୍ୟ ହାସ୍ୟାସ୍ପଦ । ସେ ମୋ ଆଗରେ ପିଲା,
ମୋ ପୁଅ ବୟସର ବା ସାନଭାଇ ବୟସର ମୁଁ ତାଙ୍କୁ କଣ ଉତରଦେବି । ସରକାରଙ୍କ ନିୟମକାନୁନ୍ ମୋତେ ବେଶ୍
ଜଣାଅଛି । ଓଡିଶାରେ ଯେତେ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବିଶ୍ୱନାଥ ଦାସଙ୍କ ଠାରୁ ଆରମ୍ଭ କରି ଜାନକୀ ପଟ୍ଟନାୟକଙ୍କ
ପର୍ଯ୍ୟନ୍ତ ସମସ୍ତଙ୍କ ଶାବଦାହ ବେଳେ ମୁଁ ଉପସ୍ଥିତ ରହିଛି । କେବଳ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ସ୍ୱର୍ଗତ
ସଦାଶିବ ତ୍ରୀପାଠୀଙ୍କ ଶବଦାହ ବେଳେ ଉପସ୍ଥିତ ନଥିଲି । ଏତଦ୍ ବ୍ୟତୀତ ବିଭିନ୍ନ ଦଳର ରାଜନୈତିକ ନେତା ଓ
ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଶବଦାହ ବେଳେ ଉପସ୍ଥିତ ରହିଛି । ସନ୍ଧ୍ୟାର ଆଗତ ସମୟରେ ମଧ୍ୟ ନେତାଙ୍କୁ ରାଷ୍ଟ୍ରୀୟସମ୍ମାନ
ଦିଆଯାଇଛି । ସେ ବିବାଦକୁ ମୁଁ ଯିବାକୁ ଚାହେଁନାହିଁ । ଗତ ନିର୍ବାଚନରେ ପ୍ରତାପବାବୁଙ୍କ ବିଜୟପାଇଁ ଶରତବାବୁ
ଉଦ୍ୟମ କରିଥିଲେ, ଆଜି ତାର ପ୍ରତିଦାନ ସ୍ୱରୂପ ପ୍ରତାପବାବୁ କଣ ଏପରି ମନ୍ତବ୍ୟ ଦେଉଛନ୍ତି କି? ମୁଁ ମୋର
ପ୍ରତିକ୍ରିୟା ଓ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି, ଏହାର ଉତର ମୁଖ୍ୟମନ୍ତ୍ରୀ କିମ୍ବା ଘରୋଇ ବିଭାଗ ମନ୍ତ୍ରୀ ଶ୍ରୀ
ଦିବ୍ୟଶଙ୍କର ମିଶ୍ର ମନ୍ତବ୍ୟ ଦେଇଥିଲେ ସୁନ୍ଦର ଦେଖାଯାଇଥାନ୍ତା । ପ୍ରତାପବାବୁ କିଏ? ଯଦି ସରକାରଙ୍କ ତରଫରୁ
ସ୍ପଷ୍ଠିକରଣ ଦିଆଯାଇଛି ନିମ୍ନଲିଖିତ ପ୍ରଶ୍ନ ଗୁଡିକର ସରକାର ଉତର ଦେବେ କି?
୧. ଶରତବାବୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅପରାହ୍ଣ୨ଟା୩୦ରେ ସେ ଦେହତ୍ୟାଗ
କରିଥିଲେ ଓ ୩ଟା ୧୫ମିନିଟ୍‌ରେ ହସ୍ପିଟାଲ କର୍ତୁପକ୍ଷଙ୍କ ତରଫରୁ ମୃତ୍ୟୁ ବୋଲି ଘୋଷଣା କରାଗଲା ।
ମରଶରୀରକୁ ପରିବାରବର୍ଗଙ୍କ ଦିଆଯାଇନଥିଲା । ହସ୍ପିଟାଲ ତରଫରୁ ମରଶରୀରକୁ ସ୍ମଶାନକୁ ଅଣାଗଲା ।
ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ ଅଣାଗଲା ନାହିଁ କାହିଁକି?
୨. ଶରତବାବୁଙ୍କ ସାନ ପୁଅ ପ୍ରତାପବାବୁଙ୍କୁ ଅନୁରୋଧ କରିଥିଲେ, ବାପାଙ୍କର ଶେଷ ଇଛାପୂରଣ କରିବା ପାଇଁ
ପୁରୀ ନେବାପାଇ । ଅନ୍ୟମାନଙ୍କୁ ପୁରୀ ନେବାପାଇଁ ଅନୁମତି ଦେବାବେଳେ ଶରତବାବୁଙ୍କ ଶରୀରକୁ ପୁରୀ
ନେବାପାଇଁ ଅନୁମତି ଦିଆଗଲା ନାହିଁ କାହିଁକି?
୩. ବଡପୁଅ ବିଧାନସଭା କର୍ତୁପକ୍ଷଙ୍କ ସହ କଥାବାର୍ତା କରି ମରଶରୀରକୁ ବିଭାନସଭା ନେବାପାଇଁ ସମୟ
ନିର୍ଦ୍ଧାରଣ କରିଥିଲେ କିନ୍ତୁ ଠିକ୍ ୩୦ମିନିଟ୍‌ର ବ୍ୟବଧାନରେ ବିଧାନସଭାକୁ ମରଶରୀର ଆଣିବାକୁ ମନା
କରିଦେଇଥିଲେ ।
ଯଦି ସନ୍ଧ୍ୟା ହେଲା ବୋଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସ୍ମଶାନରେ ଦିଆଗଲାନାହିଁ, ଅନ୍ୟ କୌଣସି ସ୍ଥାନରେ ଦିଆ
ଯାଇପାରିଥାନ୍ତା । ସ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ନଦିଆଯାଇ ଅନ୍ୟ ଜାଗାରେ ଦେବାର ଦୁଷ୍ଟାନ୍ତ ଅଛି ।
ଶରତବାବୁଙ୍କ କ୍ଷେତ୍ରରେ ଏହା କରାଗଲାନାହିଁ କାହିଁକି? ସ୍ୱର୍ଗତ ଶରତବାବୁଙ୍କ ଅମର ଆତ୍ମା ପ୍ରତି ଏହି ଯେଉଁ
ଅବିଚାର ହୋଇଛି ସେ ବିଷୟରେ ଆଉ ଅଧିକ ଆଲୋଚନା ନକରି ଦୟାକରି ଏ ତ୍ରୁଟିପାଇଁ ସରକାର
କ୍ଷମାମାଗନ୍ତୁ ଏବଂ ଏଥିପାଇଁ କିଏ ଦାୟୀ ମୁଖ୍ୟମନ୍ତ୍ରୀ ମହାଶୟ ଏହାର ବିଚାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking