39.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ମହାମାରୀ ପରିସ୍ଥିତିକୁ ସଫଳା ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ

କରୋନା ମହାମାରୀ ପରିସ୍ଥିତିକୁ ସଫଳା ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ

ପ୍ରିୟ ନବୀନ ବାବୁ,

 

ବିଷୟ: କରୋନା ମହାମାରୀ ପରିସ୍ଥିତିକୁ ସଫଳା ମୁକାବିଲା କରିବା ଦିଗରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ ।

 

ଶୁଭେଚ୍ଛା,

ଆଶା କରୁଛି ଆପଣ ସର୍ବକୁଶଳରେ ଥିବେ ।

 

ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ କୋଭିଡ ମହାମାରୀ ପ୍ରଥମ ଲହର ସମୟରେ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଅନୁରୋଧ କରିଥିଲି । କିନ୍ତୁ ଆଜିପର୍ଯ୍ୟନ୍ତ ଆପଣଙ୍କ ପାଖରୁ ମୋ ଚିଠିର କୌଣସି ସନ୍ତୋଷଜନକ ଉତର ମିଲିଲା ନାହିଁ । କିନ୍ତୁ ଏବେ ଆପଣ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଜାଣିବାକୁ ପାଇଲି କିନ୍ତୁ ଦ୍ୱିତୀୟ ମାରାତ୍ମକ ଲହର ପାଖାପାଖି ଏକ ମାସବିତିଲା ହୋଇଗଲେ ମଧ୍ୟ ଆପଣ ଏପର୍ଯ୍ୟନ୍ତ ସର୍ବଦଳୀୟ ବୈଠକ ଡାକି ନାହାଁନ୍ତି । ଏହା ଅତ୍ୟନ୍ତ କ୍ଷୋଭର ବିଷୟ ।

ଦ୍ୱିତୀୟ ମହାମାରୀର ଲହର ସାରା ଭାରତବର୍ଷକୁ ଏବଂ ବିଶେଷ କରି ଓଡ଼ିଶାକୁ ବହୁ ପରିମାଣରେ ବହୁ କ୍ଷତି ପଂହଚାଉଛି । ଏହା ଆଜି ପର୍ଯ୍ୟନ୍ତ ଏଭଳି ଗୋଟିଏ ଦିନ ମଧ୍ୟ ନାହିଁ ଯେ ଜଣେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନକୁ ନ ହରାଉଛି । ଏଭଳିକି ସରକାରୀ ମୃତ୍ୟୁର ପରିସଂଖନକୁ ମଧ୍ୟ ଲୋକ ବିଶ୍ୱାସର ସହ ଗ୍ରହଣ କରୁନାହାଁନ୍ତି । ଏଭଳି ଏକ ଘୋର ସଂକଟମୟ ପରିସ୍ଥିତିକୁ କେବଳ ସରକାର ଏବଂ ସରକାରୀ କଳ ଯେ ଯଥେଷ୍ଟ ପରିସ୍ଥିତିକୁ ଆୟତ କରିବା ପାଇଁ ମୁଁ ଏଥିରେ ସନ୍ଦିହାନ । ଏଭଳି ସଂକଟ ସମୟରେ ରାଜନୈତିକ ମତଭେଦକୁ ପଛରେ ପକାଇ ରାଜନୀତିରେ ଉର୍ଦ୍ଧ୍ୱରେ ରହି ସମାଜର ବିଭିନ୍ନ ବର୍ଗ ଏବଂ ଗୋଷ୍ଠିଙ୍କୁ ନେଇ ଏପରିସ୍ଥିତିକୁ ମୁକାବିଲା କରିବା ଉଚିତ । ସରକାର ଏ ସମସ୍ତ ମୁକାବିଲା ପରିଚାଳନା କ୍ଷେତ୍ରରେ ନିଜେ ସମସ୍ତ ଦାୟୀତ୍ୱ ନେବା ସହିତ ସମାଜର ସବୁବର୍ଗର ଲୋକଙ୍କର କଥା ଶୁଣିବାର ଆବଶ୍ୟକତା ରହିଛି ତତ୍ ସହିତ ସେମାନଙ୍କର ସାହାଯ୍ୟ ମଧ୍ୟ କରାଯିବା ଉଚିତ୍ ।

ମୁଁ ବିଭିନ୍ନ ଗଣମାଧ୍ୟମରେ ଜାଣିବାକୁ ପାଇଲି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଓଡିଶା ବିଧାନସଭାର  ବିଧାୟକ ମାନଙ୍କୁ ବିଶ୍ୱାସରେ ନେବାପାଇଁ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଆପଣ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଅତି ବିଡମ୍ବନାର କଥା ଏହି ସଭାକୁ ବହୁ ରାଜନୈତିକ ଦଳର ନେତୃବର୍ଗଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତଥା ବହୁ ବିଧାୟକ ମାନେ ମଧ୍ୟ ଏ ବୈଠକରେ ଉପସ୍ଥିତ ନଥିଲେ । ବୋଧହୁଏ ଆପଣ ରାଜନୈତିକ ଚାପଗ୍ରସ୍ତ ହୋଇ ଆପଣଙ୍କର ଅନିଚ୍ଛା ସ୍ୱତେ ଏଭଳି ଏକ ଲୋକ ଦେଖାଣିଆ ବୈଠକ ଡକାଇବାର ବ୍ୟବସ୍ଥା କରିଥିଲେ । ଯଦ୍ୱାରା ଆପଣ ଆପଣ ସମାଜର ବିଭିନ୍ନ ବର୍ଗର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କର ସର୍ବସମ୍ମତ ନିଷ୍ପତି ଗ୍ରହଣ କରିବାର ଏକ ଲୋକଦେଖାଣିଆ ନାଟକଟି କରିଲେ ଯାହା ଯେଉଁଭଳି ଭାବରେ ଗଣମାଧ୍ୟମର କ୍ୟାମେରା ପୂର୍ବରୁ ଏଭଳି ହଠଚମକ ସୃଷ୍ଟି କରିଛନ୍ତି ।

କୋଭିଡ-୧୯ ଦ୍ୱିତୀୟ ମହାମାରୀ ପ୍ରକୋପରେ ଆଜି ସମେସ୍ତ ଜର୍ଜରିତ ଏବଂ ଭିତତ୍ରସ୍ତ । ଆମେ ଆମ ଜନସଂଖ୍ୟାର ସିଂହଭାଗକୁ ଟୀକାକରଣ କରିବାରେ ବିଫଳ ଏବଂ ସାରା ବିଶ୍ୱ ଯେତେବେଳେ ଗତ ସେପ୍ଟେମ୍ବର ମାସରେ ବିଭିନ୍ନ ଟୀକା କମ୍ପାନୀମାନଙ୍କ ସହିତ ଅଗ୍ରୀମ ଟୀକା ଖରିଦ୍ କରିବାର ବାଣିଜ୍ୟକ ଚୁକ୍ତି ସ୍ୱାକ୍ଷର କରୁଥିଲେ ସେତେବେଳେ କେନ୍ଦ୍ର ସରକାର ଆମ ଲୋକଙ୍କୁ କିଭଳି ଭାବରେ ଏକ ସମାନୁବର୍ତିତା ଭିତରେ ଟୀକାକରଣ କରାଯାଇ ପାରିବ ତାହା ଚିନ୍ତା କଲେ ନାହିଁ । ଆମେ ଦୀର୍ଘ ଗୁରୁତ୍ୱପୂର୍ଣ୍ଣ ୮ ମାସ ଅଯଥାରେ ନଷ୍ଟ କରିଦେଲୁ । ଆଜି କୋଭିଡ- ମହାମାରୀ ସହରାଂଚଳରୁ ଯାଇ ଗ୍ରାମାଂଚଳର ଏବଂ ଅପହଂଚ ଅଂଚଳରେ ଲୋକଙ୍କୁ ଆକ୍ରାନ୍ତ କରିଲାଣି । ଏଭଳି ଏକ ଜରୁରୀ ପରିସ୍ଥତି, ଏବଂ ଆମର ରୁଗ୍‌ଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଜନସାଧାରଣଙ୍କ ଜୀବନ ଏବଂ ସ୍ୱାସ୍ଥ୍ୟ ରକ୍ଷାର ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଟାଣି ନେଇଯାଉଛି ।

ଏହା ବହୁବିଳମ୍ବ ହୋଇଥିଲେ ମଧ୍ୟ, ମୁଁ ପୁର୍ନବାର ଆପଣଙ୍କୁ ନିବେଦନ କରୁଛି ଯଥାଶୀଘ୍ର ଆପଣ ସମାଜର ଦକ୍ଷ ଏବଂ ସୁନାମଧନ୍ୟ ପ୍ରତିନିଧିମାନଙ୍କୁ ଏବଂ ବିଭିନ୍ନ ରାଜନୈତିକ ବର୍ଗର ନେତୃବୃନ୍ଦଙ୍କୁ ତୁରନ୍ତ ନିମନ୍ତ୍ରଣ କରି ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ଏଭଳି ଏକ ସଂକଟମୟ ସମୟରେ ମାନବ ଜୀବନକୁ ରାଜନୀତର ତରାଜୁରେ ମାପିବା ବନ୍ଦ କରନ୍ତୁ । ଏ ସମୟ ପ୍ରଂଶସା ସାଂଉଟିବା ଅରୋପ ବା ପ୍ରତ୍ୟାରୋପ କରିବାର ସମୟ ନୁହେଁ । ଏ ସମୟ ସମାଜକୁ ରକ୍ଷା କରିବାର ସମୟ । ଆମେ ସମେସ୍ତ ଆପଣଙ୍କ ସହିତ ଏଭଳି  ସ୍ଥିତିରେ ଏକତ୍ରୀତ ହୋଇ କାର୍ଯ୍ୟ କରିବୁ ।

ମୁଁ ଆଶା କରୁଛି ଆପଣ ଏହାର ଅବିଳମ୍ବେଉତର ଦେବେ ।

ଧନ୍ୟବାଦ ସହ

 

ଆପଣଙ୍କର

(ନିରଞ୍ଜନ ପଟ୍ଟନାୟକ)

ସଭାପତି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking