କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ଥାନାରୁ ଥାର୍ଡ ଡିଗ୍ରୀ ଦାଗ ଲିଭିବାର ନା ଧରୁନାହିଁ । ପୂର୍ବରୁ ଏକ ଥାର୍ଡ ଡିଗ୍ରୀ ଭିଡ଼ିଓ ଭାଇରଲ ପରେ ଜଣେ ଆଇଆଇସି ସସପେଣ୍ଡ ଘଟଣା ଘଟିଥିବା ବେଳେ ଏବେ ଆଉ ଏକ ଘଟଣା ସମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।ସୂଚନା ଅନୁସାରେ ପାଟଣା ଥାନାରେ ଜଣେ ନାବାଳକକୁ ଥାର୍ଡ ଡିଗ୍ରୀ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ନାବାଳକ ଜଣକ ଏନେଇ ଏସପିଙ୍କୁ ଜଣାଇ ଥିଲେ କିନ୍ତୁ ସେ ମଧ୍ୟ ଏହାକୁ ଶୁଣିନଥିଲେ । ଯାହାପରେ ନାବାଳକ ଜଣକ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ଖବର ପ୍ରକାଶ ପରେ ପୋଲିସ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।