38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦଶ ଦଫା ଦାବି ନେଇ ନିର୍ମାଣ ମଜଦୂର ସଙ୍ଘର ବିକ୍ଷୋଭ

ଦଶ ଦଫା ଦାବି ନେଇ ନିର୍ମାଣ ମଜଦୂର ସଙ୍ଘର ବିକ୍ଷୋଭ

କେନ୍ଦୁଝର: କରୋନା ମହାମାରୀକୁ ନେଇ ସରକାର ଚିନ୍ତାରେ । ଏହି ମହାମାରୀ ପାଇଁ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ଅନୁଦାନ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଅନୁଦାନ ଅର୍ଥ ଆଜି ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ଙ୍କୁ ପ୍ରଦାନ କରାଯାଇନାହିଁ । ଏହା ସହ ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରାଯାଉ ନାହିଁ। ନିର୍ମାଣ ଶ୍ରମିକ ଙ୍କ କୌଣସି ପଞ୍ଜିକରଣ କରାଯାଉନଥିବା ଅଭିଯୋଗ କରିଛି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ । ଦଶ ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ କରିଛି ସଙ୍ଘର କେନ୍ଦୁଝର ଶାଖା । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳ ଓ ଶ୍ରମ କମିଶନର ଙ୍କୁ ପ୍ରଦାନ କରିଛି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ର କେନ୍ଦୁଝର ଶାଖା । ଦାବି ଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking