31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ଦାବୀ ପତ୍ର ପ୍ରଦାନ

ଯାଜପୁର: ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସ୍ତରରେ ସଂସ୍କୃତ ବିଷୟକୁ ବାଧ୍ୟତାମୂଳକ କରିବା ସହିତ ବିଭିନ୍ନ ବିଦ୍ୟାଳୟରେ ଖାଲିପଡିଥିବା ସଂସ୍କୃତ ଶିକ୍ଷକ ପଦବୀକୁ ପୁରଣ କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସଂସ୍କୃତ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ତୃତୀୟ ଭାଷା ଆଇଟି ବଦଳରେ ସଂସ୍କୃତ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଦର୍ଶାଯାଇଛି । ସଂସ୍କୃତ ଭାଷାର ସମଗ୍ର ବିଶ୍ୱର ଏକ ପ୍ରାଚିନ ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେଣୁ ବିଦ୍ୟାଳୟ ସ୍ତରରେ ସଂସ୍କତ ଭାଷାକୁ ବାଧ୍ୟତାମୁଳକ କରିବା ସହିତ ଖାଲିପଡିଥିବା ପଦବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking