କନ୍ଦାଉଛି ଆଳୁ ପିଆଜ: ରୋଷେଇ ଘରକୁ ପରିବା ମନା…

ଜଗତସିଂହପୁର: (ପ୍ରତାପ କୁମାର ସିଂହ) ଲଗାତର ଭାବେ ଲକଡାଉନ ,ସଟଡାଉନ ସାଙ୍ଗକୁ ବନ୍ୟା ଆଉ ଏବେ ପରିବା ଦର ଯାହାକି ସାଧାରଣ ଜୀବନଯାପନ ଅତ୍ୟଧିକ କଷ୍ଟସାଧ୍ୟ ହେଲାଣି l କନ୍ଦାଉଛି ଆଳୁ ପିଆଜ, ଆକାଶ ଛୁଆଁ ଦର ପରିବାକୁ ଛୁଇଁବାକୁ ଡର ଲାଗୁଛି l ବର୍ତମାନ ଜଗତସିଂହପୁର ସହରରେ ଆଳୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ୪୫,୫୦ ଟଙ୍କା । ବାଇଗଣ, ଟମାଟୋ, ଭେଣ୍ଡି, ପୋଟଳ, କାଙ୍କଡ, ଗାଜର, କଲରା, ଝୁଡଙ୍ଗ କିଲୋ ପିଛା ୬୦,୭୦ ଟଙ୍କାରେ ବିକ୍ରି ହେଉଛି । ଫୁଲକୋବି,ବନ୍ଧା କୋବି ଗୋଟା ୬୦ରୁ ୮୦ ଟଙ୍କା, କଖାରୁ ୩୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା, ଲଙ୍କା ୧୦୦ ରେ ବିକ୍ରି ହେଉଛି । ବେପାରୀ ମାନେ କିଲୋ ଦର ନକହି ଗ୍ରାହକଙ୍କୁ ପାଏ (୨୫୦) ଦର କହୁଛନ୍ତି ,ବନ୍ୟା ଯୋଗୁ ପନିପରିବା ଚାଷ ଉଜୁଡିଯାଇଛି ବୋଲି ମତବ୍ୟକ୍ତ କରୁଛନ୍ତି । ତେବେ ଜଗତସିଂହପୁର ଜିଲା ପ୍ରଶାସନର କୌଣସି ଅଙ୍କୁଶ ରହୁ ନ ଥିବାରୁ ପରିବା ବେପାରୀ ମାନେ ମନଇଚ୍ଛା ଦର କଷୁଛନ୍ତି । ୬ ମାସ ଲକଡାଉନ, ସଟଡାଉନ ଲାଗିରହବା ସହିତ ବନ୍ୟା ଆଳଦେଖାଇ ବ୍ୟବସାୟୀ ମାନେ ଏହାର ସୁଯୋଗରେ ଏବେ ପରିବା ଦର ହଠାତ୍ ବଢାଇ ଦେଇଛନ୍ତି । ଗରିବ, ଶ୍ରମିକ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହେଉଥିବା ବେଳେ କେବଳ ସରକାରୀ ଚାକିରିଆଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଉଛି ।

LEAVE A REPLY

Please enter your comment!
Please enter your name here