39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗ'ଅପେରା ମିସ ଇଣ୍ଡିଆ ୨୦୨୦'ରେ ମୟୂରଭଞ୍ଜ ଝିଅ ଅର୍ପିତା

‘ଅପେରା ମିସ ଇଣ୍ଡିଆ ୨୦୨୦’ରେ ମୟୂରଭଞ୍ଜ ଝିଅ ଅର୍ପିତା

ମୟୂରଭଞ୍ଜ: କଳା ସଂସ୍କୃତିର ମାଟି ମୟୂରଭଞ୍ଜ। ଏଠି ଝରଣାର କୁଳୁକୁଳୁ ନାଦ ସୃଷ୍ଟି କରେ ସଙ୍ଗୀତର ମୂର୍ଚ୍ଛନା ଆଉ ପବନ କେତେବେଳେ ସଂହାର ତୋ ପୁଣି କେତେବେଳେ ପ୍ରେମର ଗୀତଗାଏ ତାର ତାଳେ ତାଳେ ନୃତ୍ୟ କରେ ଗଛପତ୍ର। ବଣ ପାହାଡ଼ ଘେରା ମୟୁରଭଂଜ ଜିଲ୍ଲା। ଏହି ଜିଲ୍ଲା ବାରିପଦା ସହରର ଏକ ଗରିବ ପରିବାରର ଝିଅ ଅର୍ପିତା ଦାସ।ଅଦମ୍ୟନିଷ୍ଠା,କଠିନ ପରିଶ୍ରମ, ଚେଷ୍ଟା ବଳରେ ଆଜି ତାର ପରିବାର,ଜନ୍ମମାଟି ବାରିପଦା ସହର ସାଙ୍ଗକୁ ଜିଲ୍ଲା ଏବଂ ରାଜ୍ୟ ପାଇଁ ଆଣିଦେଇଛି ସମ୍ମାନ। ପଙ୍କରୁ ପଦ୍ମ ଫୁଟିଲା ଭଳି ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଆଗ୍ରହ ଆଉ ଚେଷ୍ଟା ବଳରେ ନୃତ୍ୟ କଳାରେ ଧୁରିଣତା ଲାଭକରି ହାସଲ କରିଛି ସଫଳତା। ଆଉ ସଫଳତାର ଖୁସି ବାଣ୍ଟିଛି ସାଙ୍ଗସାଥି, ସାହିପୋଡ଼ିଶା,ବନ୍ଧୁବାନ୍ଧବ ଏବଂ ପରିବାର ମଧ୍ୟରେ। ଆଉ ସବୁ ସାଫଲ୍ୟର ଶ୍ରେୟ ଅଜାଡ଼ି ଦେଇଛି ବାପାମାଆଙ୍କ ଉପରେ। ତେବେ ବାପାଙ୍କର ସମର୍ଥନ ମାଆଙ୍କର ସ୍ନେହବୋଳା ଉତ୍ସ୍ୟହ ସବୁ ସଫଳତାର ଶ୍ରେଷ୍ଠରେ ପହଞ୍ଚାଇ ପାରିଛି ବୋଲି ନୀସଙ୍କୋଚରେ କହନ୍ତି ଅର୍ପିତା।ଅନ୍ୟପଟେ ଝିଅର ସଫଳତାକୁନେଇ ଖୁସିରେ କୁଣ୍ଢେମୋଟ ବାପାମାଆଙ୍କ ଛାତି। ହସହସ ମୁହଁ ତନୁପାତଳି ଝିଅ ଅର୍ପିତା ଦାସ। ବାରିପଦା ପୌରପରିଷଦ ୧୩ନଂ ୱାର୍ଡ଼ ପାଲବଣୀର ବାସିନ୍ଦା ଭାବେ ରହିଆସୁଛନ୍ତି ଅସୀତ କୁମାର ଦାସଙ୍କ ପରିବାର। ତାଙ୍କର ଏକମାତ୍ର ଝିଅ ଅର୍ପିତା ଦାସ ରାଗଧା ସ୍ଥିତ ଶ୍ରୀରାମଚନ୍ଦ୍ର ଡିଗ୍ରୀ କଲେଜରେ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଛାତ୍ରୀ । ପାଠପଢା ସହିତ ଓଡ଼ିଶୀ, ଛଉ,କ୍ଲାସିକାଲ ଏବଂ ଆଧୁନିକ ନୃତ୍ୟରେ ପାରଙ୍ଗମ ଅର୍ପିତା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ନୃତ୍ୟଚାତୁରିରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ବାନ୍ଧି ରଖିବାରେ ସଫଳତା ସହ ଶ୍ରେଷ୍ଟତ୍ଵ ହାସଲ କରି ପ୍ରଶଂସିତ ହେବା ସହିତ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଓଡ଼ିଶା ବ୍ଲଇନ୍ ମଡେଲିଂ ପ୍ରତିଯୋଗିତା ଅଡିସନ ୨୦୧୯ ଅକ୍ଟୋବର ୨୦ତାରିଖରେ ବାଲେଶ୍ବର ହରିପ୍ଲାଜା ଠାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ । ପ୍ରାୟ ୧୦୦ଜଣ ପ୍ରତିଯୋଗୀଙ୍କ ଭିତରେ ନିଜର ବାକଚାତୁରୀ,ଉପସ୍ଥିତ ବୁଦ୍ଧି ଏବଂ ନୃତ୍ୟ କଳାରଯାଦୁରେ ସମସ୍ତଙ୍କୁ ବିମୋହିତ କରି ଅଡିସନରେ ଗ୍ରାଣ୍ଡଫାଇନାଲକୁ ଉନ୍ନୀତ ହୋଇଥିଲେ ଅର୍ପିତା ।
ନିର୍ଦ୍ଦେଶକ ଶାନ୍ତନୁ କୁମାର ସିଆ ଓ ଓଡିଆ ଆଲବମ ହିରୋଇନ୍ ଦେବଯାନୀ ଅଡିସନରେ ବିଚାରକ ଭାବେ ଉପସ୍ଥିତଥିଲେ । ଗ୍ରାଣ୍ଡଫାଇନାଲରେ ପ୍ରଥମ
ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ ଓ ପୁରସ୍କାର ମଧ୍ୟ ପାଇଥିଲେ । ବେତନଟୀସ୍ଥିତ ୟଙ୍ଗମେନ ଆସୋସିଏସନ ମଞ୍ଚରେ YMA କ୍ୱିନର ମୁକୁଟ ପିନ୍ଧିବା ସହ ନିଜର ଆଗ୍ରହ,ଉଦ୍ୟମ,କଠିନ ପରିଶ୍ରମ ଏବଂ ଦକ୍ଷତା ବଳରେ ଆନ୍ତଃର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା ‘ଅପେରା ମିସ ଇଣ୍ଡିଆ ୨୦୨୦’ ପ୍ରତିଯୋଗିତାରେ ଓଡ଼ିଶାରୁ ସେମି ଫାଇନାଲରେ ଉତ୍ତୀର୍ଣ୍ଣ ହୋଇ ଗ୍ରାଣ୍ଡଫାଇନାଲର ଶ୍ରେଷ୍ଠ ୩୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ତେବେଆସନ୍ତା ୧୨/୧୦/୨୦୨୦ ରିଖ online ମାଧ୍ୟମରେ ଗ୍ରାଣ୍ଡଫାଇନାଲ ହେବାକୁ ଯାଉଥିବା ‘ଅପେରା ମିସ ଇଣ୍ଡିଆ ୨୦୨୦’ ପାଇଁ ଜୋରଦାର ପ୍ରସ୍ତୁତିଜାରି ରଖିଛନ୍ତି । ତେବେ ଏହା ପୂର୍ବରୁ ଅର୍ପିତା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ନିଜର ନୃତ୍ୟକଳା ପରିବେଷଣ କରି ଦର୍ଶକଙ୍କ ମନଜିଣି ସମର୍ଥନ ହାସଲ କରି ପାରିଥିବାରୁ ତାହା ମନ ଭିତରେ ଆଗକୁ ବଢ଼ିବାରେ ଅଧିକ ଉତ୍ସ୍ୟହ ଉଦ୍ଦୀପନା ସୃଷ୍ଟି କରେ ବୋଲି କହିଛନ୍ତି ଅର୍ପିତା। ତେବେ ଆଗକୁ ହେବାକୁଥିବା ‘ଅପେରା ମିସ ଇଣ୍ଡିଆ ୨୦୨୦’ ପ୍ରତିଯୋଗିତାରେ ନିଜର ପ୍ରଦର୍ଶନରେ ସଫଳତା ହାସଲ ସହିତ ଆଗକୁ ବଢ଼ିବେ ବୋଲି ପରିବାର ଓ ସହରବାସୀ ଆଶା ଆଉ ବିଶ୍ବାସ ରଖିଥିବା କହିଛନ୍ତି । ତେବେ ସଫଳତା ପାଇଁ ନିଜର ପାରଦର୍ଶିତାକୁ ବାଦଦେଲେ ଗୁରୁଜନମାନଙ୍କ ଆଶୀର୍ବାଦ ଏକ ବଡଶକ୍ତି ହୋଇଥିବାରୁ ସମସ୍ତ କଳା ଓ ନୃତ୍ୟପ୍ରେମୀଙ୍କ ଆଶୀର୍ବାଦ କାମନା କରିଛନ୍ତି ଅର୍ପିତା ଦାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking