34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୨୦୨୦-୨୧ ବର୍ଷର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ

୨୦୨୦-୨୧ ବର୍ଷର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୦-୨୧ ବର୍ଷର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ପାର୍ଲାମେଣ୍ଟରେ ବଜେଟ୍ ଅଧିବେଶନ ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍ କମିଟି କହିଥିବା ଜଣାପଡିଛି । କେନ୍ଦ୍ର କ୍ୟାବିନେଟ ବଜେଟ ଅଧିବେଶନ ଆରମ୍ଭ କରିବାକୁ ଦେଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି ।
ବଜେଟ ଅଧିବେଶନ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ ଯାଏଁ ଚାଲିବ ବୋଲି ସଂସଦୀୟ ବ୍ୟାପାରର କ୍ୟାବିନେଟ କମିଟି ନିଷ୍ପତ୍ତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ୨୦୨୦-୨୧ରେ ଭାରତର ଅର୍ଥନୀତି ୫ ପ୍ରତିଶତ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି । ଗୋଟିଏ ଦଶନ୍ଧି ମଧ୍ୟରେ ଏହା ହେଉଛି ଆର୍ଥିକ ଅଗ୍ରଗତିର ସବୁଠୁ ମନ୍ଥର ଗତି ବୋଲି ଜଣାପଡିଛି ।
୨୦୨୦-୨୧ ବର୍ଷର ବଜେଟ ଅଧିବେଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫେବୃଆରୀ ୧ଶନିବାର ସାଧାରଣତଃ ସଂସଦର କାର‌୍ୟ୍ୟ ବନ୍ଦ ରହିଥାଏ । ହେଲେ ମୋଦି ସରକାର ଫେବୃଆରୀ ୧ ବଜେଟ ଉପସ୍ଥାପନ ପରମ୍ପରାକୁ ଆଗକୁ ନେବା ପାଇଁ ଏଥର ଶନିବାର ବଜେଟ ଉପସ୍ଥାପନ କରିବେ । ଶେଷଥର ପାଇଁ ୨୦୧୫ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃଆରୀ ୧ ଶନିବାର ବଜେଟ ଉପସ୍ଥାପନ କରିଥିବା ବେଳେ ଚଳିତବର୍ଷ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ କେନ୍ଦ୍ର ବଜେଟ୍ ଆଗତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ନାଗରିକତା ସଂଶୋଧନ ଆଇନ ବିବାଦ ଚାଲିଥିବା ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଦୃଷ୍ଟିରୁ ଏଥର ପାର୍ଲାମେଣ୍ଟ୍ର ବଜେଟ୍ ଅଧିବେଶନ ଖୁବ୍ ଗୁରୁତ୍ୱ ରହିଛି ବୋଲି କୁହାଯାଉଛି । ବଜେଟ୍ ଅଧିବେଶନରେ ‘ସିଏଏ’ ଉପରେ ଅଧିକ ଧ୍ୟାନ ରହିବ ବୋଲି ଆଶା କରାଯାଉଥିବା ବେଳେ ବିରୋଧୀ ଦଳମାନେ ଆର୍ଥିକ ପରିସ୍ଥିତ ସୁଧାରିବା ସଂକ୍ରାନ୍ତରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସମ୍ଭାବନା ରହିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking