30.1 C
Bhubaneswar
Wednesday, April 24, 2024
HomeUncategorizedଇରାକର ଗ୍ରୀନ ଜୋନ୍‌ରେ ରକେଟ ମାଡ଼ ଇରାନ

ଇରାକର ଗ୍ରୀନ ଜୋନ୍‌ରେ ରକେଟ ମାଡ଼ ଇରାନ

ବାଗଦାଦ: ପ୍ରତିଶୋଧ ପରାୟଣ ହୋଇ ଇରାନ ଇରାକର ଗ୍ରୀନ ଜୋନ୍‌ରେ ରକେଟ ମାଡ଼ କରିଛି | ମେଜର ଜେନରାଲ କସିମ ସୁଲେମାନୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ବାରମ୍ବାର ଆମେରିକାକୁ ଟାର୍ଗେଟ ଆରମ୍ଭ କରିଛି। ବୁଧବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଦୁଇଟି ରକେଟ ମାଡ଼ କରାଯାଇଛି। ଏଠାରେ ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ରହିଛି। ଇରାନ ଆମେରିକା ଉପରେ ବଦଲା ନେବାକୁ ଏହି ସ୍ଥାନରେ ହିଁ ରକେଟ ମାଡ଼ କରିଥିବା କୁହାଯାଉଛି।
ଇରାକର ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ଗ୍ରୀନ ଜୋନରେ ଦୁଇଟି ରକେଟ୍‌ ମାଡ଼ କରାଯାଇଥିଲା। ତେବେ ଏଯାଏ ଏଥିରେ କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। କିନ୍ତୁ ରକେଟ୍‌ ମାଡ଼ ପରେ ସମଗ୍ର ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। କିଛି ସମୟ ପରେ ଉକ୍ତ ଅଞ୍ଚଳରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।
ତା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଇରାନ ପକ୍ଷରୁ ୨୨ଟି ମିସାଇଲ ମାଡ଼ କରାଯାଇଥିଲା। ଇରାନ ଟିଭି ଚ୍ୟାନେଲ ଏହି ଆକ୍ରମଣରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି।
ଏଥିସହ ସେ ଇରାନ ଉପରେ ଅଧିକ ଆର୍ଥିକ କଟକଣା ଲଗାଇବେ ବୋଲି ଧମକ ଦେଇଛନ୍ତି। କିନ୍ତୁ ଇରାନ ଉପରେ ବଡ଼ ହମଲା ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି। ଜାନୁଆରୀ ୩ରେ ଆମେରିକା ପକ୍ଷରୁ ଇରାକର ବାଗଦାଦରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଇରାନ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking