33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଶକ୍ତିଶାଳୀ ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି

ଶକ୍ତିଶାଳୀ ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି

ମୋରେସବାଏ: ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ପପୁଆ ନ୍ୟୁ ଗିନି । ଆଜି ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ପରେ ସେଠାରେ ମୃତାହତ ନେଇ ଅଦ୍ୟାବଧି କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଏହି ଶକ୍ତିଶାଳୀ ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳ ଅମ୍ବୁନ୍ତିର ଏକ ଛୋଟ ବସ୍ତି ଅଞ୍ଚଳରୁ ୩୨ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ରହିଛି । ଏହି ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ଏଯାଏଁ କୌଣସି ସୂଚନା ମିଳିନି । ତେବେ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ସଂଗଠିତ ହେବା ଏକ ସାଧାରଣ କଥା । ଏଠାରେ ଅନେକ ସମୟରେ ଏପରି ବଡ଼ ବଡ଼ ଭୂମିକମ୍ପ ଅନୁଭୂତ ହୋଇଥାଏ । ଗତବର୍ଷ ଏପ୍ରିଲରେ ପପୁଆ ନ୍ୟୁ ଗିନିରେ ୭.୦ ତୀବ୍ରତାରେ ବଡ ଧରଣର ଭୂକମ୍ପ ହୋଇଥିଲା, ଯେଉଁଥିରେ ଅତିକମରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଗତବର୍ଷ ନଭେମ୍ବରରେ ୬.୫ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking