22.1 C
Bhubaneswar
Saturday, January 11, 2025
Homeକରୋନାମହାମାରୀ ଅବସାନ ହେବାକୁ ଆହୁରି ଅନେକ ଦିନ ଲାଗିବ: ‘ଡବ୍ଲୁଏଚ୍‌ଓ’ ମୁଖ୍ୟଙ୍କ ସତର୍କବାଣୀ

ମହାମାରୀ ଅବସାନ ହେବାକୁ ଆହୁରି ଅନେକ ଦିନ ଲାଗିବ: ‘ଡବ୍ଲୁଏଚ୍‌ଓ’ ମୁଖ୍ୟଙ୍କ ସତର୍କବାଣୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ଅବସାନ ଘଟିବାକୁ ଆହୁରି ଅନେକ ଦିନ ଲାଗିବ ଏବଂ ତାହାର ସଫଳ ମୁକାବିଲା ଲାଗି ବିଶ୍ୱ ବିଜ୍ଞାନ ଓ କୌଶଳର ଫଳପ୍ରଦ ଉପଯୋଗ କରିବା ଆବଶ୍ୟକ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଟେଡ୍‌ରସ୍‌ ଅଧାନମ୍‌ ଗେବ୍ରେସିୟସ୍‌ କହିଛନ୍ତି। ରବିବାର ବର୍ଲିନ୍‌ରେ ଅନୁଷ୍ଠିତ ‘ବିଶ୍ୱ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀ’ରେ ଉଦ୍‌ବୋଧନ ଦେଇ ଟେଡ୍‌ରସ୍‌ କହିଲେ, ଅବସାନ ଘଟାଇବାକୁ ବିଶ୍ୱ ନିଷ୍ପତ୍ତି ନେଲେ ଏ ମହାମାରୀର ଅବସାନ ଘଟିବ। ତାହା ଆମ ନିୟନ୍ତ୍ରଣରେ ରହିଛି।

ଆମ ପାଖରେ ସବୁ ପ୍ରକାର ବିଜ୍ଞାନ ଓ କୌଶଳ ରହିଛି। ସବୁ ପ୍ରକାର ଜନସ୍ୱାସ୍ଥ୍ୟ କୌଶଳ ଏବଂ ଡାକ୍ତରୀ ବିଜ୍ଞାନ। କିନ୍ତୁ, ବିଶ୍ୱ ସେ ବିଜ୍ଞାନ ଓ କୌଶଳକୁ ଭଲ ଭାବେ ଉପଯୋଗ କରିନାହିଁ। ଦୈନିକ ପ୍ରାୟ ୫୦ ହଜାର ମୃତ୍ୟୁର କାରଣ ହେଉଥିବା ଏ ମହାମାରୀର ଅବସାନ ଘଟିବାକୁ ଆହୁରି ଅନେକ ଲାଗିବ। କୋଭାକ୍ସ ମେକାନିଜମ୍‌’ ଏବଂ ‘ଆଫ୍ରିକାନ୍‌ ଭ୍ୟାକ୍ସିନ୍‌ ଆକ୍ୱିଜିସନ୍‌ ଟ୍ରଷ୍ଟ୍‍’ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ‘ଜି୨୦’ ରାଷ୍ଟ୍ରସମୂହ ସେମାନଙ୍କ ସମୁଦାୟ ଜନସଂଖ୍ୟାର ୪୦%ଙ୍କୁ ଟିକା ଦେଇସାରିଛନ୍ତି। ବିଶ୍ୱର ସମସ୍ତ ଦେଶ ପାଇଁ କୋଭିଡ୍‌-୧୯ ପରୀକ୍ଷା, ଏବଂ ଟିକାର ଚିକିତ୍ସାର ଉନ୍ନତି, ଉତ୍ପାଦନ ସମଉନ୍ମୁକ୍ତି ବୃଦ୍ଧି କରାଇବା ‘କୋଭାକ୍ସ୍‍’ ଏବଂ ‘ଏସିଟି’ର ଲକ୍ଷ୍ୟ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର େଓ୍ଵବ୍‌ସାଇଟ୍‌ରେ ଉଲ୍ଲେଖ ଅଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking