29.1 C
Bhubaneswar
Saturday, July 27, 2024
Homeଓଡିଶାରାସ୍ତା କଡରେ ତିବତୀୟ ଶୀତବସ୍ତ୍ର ବେପାରୀ

ରାସ୍ତା କଡରେ ତିବତୀୟ ଶୀତବସ୍ତ୍ର ବେପାରୀ

ଢେଙ୍କାନାଳ : ଆଶ୍ୱିନ ମାସ ପରେ କାର୍ତିକ ମାସର ପ୍ରାରମ୍ଭରେ ଶୀତ ଅନୁଭବ ହେଲାଣି । ସଂଧ୍ୟା ହେବା ମାତ୍ରେ ଶୀତ ସାଙ୍ଗକୁ ଥଣ୍ଡା ହେଉଛି । ସକାଳୁ ସକାଳୁ ଆଛାଦିତ ହେଉଛି ଗ୍ରାମଚଂଳ, ସହରାଚଂଳ ରାସ୍ତାଘାଟ । ଶୀତ ଆରମ୍ଭରେ ସହରର ରାସ୍ତା କଡରେ ଖୋଲିଲାଣି ଶୀତବସ୍ତ୍ରର ଦୋକାନ । ପାର୍ବଣର ରୁତୁକୁ ଆଖି ଆଗରେ ରଖି ଢେଙ୍କାନାଳ ସହରରେ ଶୀତବସ୍ତ୍ର ବିକ୍ରିବଟା କରି ଦିପଇସା ରୋଜଗାର କରିବା ଲକ୍ଷ୍ୟ ନେଇ ଆସିଛନ୍ତି ତିବତୀୟ ବେପାରୀ । ଚାଇନା, ନେପାଳ ସୀମାନ୍ତ ଅଚଂଳର ଏହି ବାସିନ୍ଦା ମାନେ ଗଜପତି ଜିଲ୍ଲାର ଜିରାଙ୍ଗ ଓ ଚନ୍ଦ୍ରଗିରି ଅଚଂଳରେ ରହୁଥିବା ଜଣାପଡିଛି ।

ତେବେ ପ୍ରତି ବର୍ଷ ଢେଙ୍କାନାଳ ସହରକୁ ଶୀତବସ୍ତ୍ର ବିକ୍ରି କରିବାକୁ ଚାଲିଆସିଥାନ୍ତି । ସେମାନଙ୍କ ଗଜପତି ଅଚଂଳର କିଛି ଓଡିଆ ବ୍ୟବସାୟୀ ମଧ୍ୟ ଆସିଥାନ୍ତି । ସହରର ମୁଖ୍ୟ ଷ୍ଟାଡିୟମ ନିକଟରେ ସେମାନେ ଅସ୍ଥାୟୀ ଦୋକାନ ଖୋଲି ଭଳିକି ଭଳି ଶୀତ ବସ୍ତ୍ରର ପସରା ଖୋଲିଥାନ୍ତି । ଜାନୁୟାରୀ ମାସର ଶେଷ ପର୍ଯ୍ୟନ୍ତ ସେମାନେ ବେପାର ବଣିଜ କରିଥାନ୍ତି । ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ବେଶ୍ ଭଲ ଦିପଇସା ରୋଜଗାର କରିଥାନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ଟଙ୍କାର ଶୀତବସ୍ତ୍ର ଆଣିଛନ୍ତି । ଚଳିତ ବର୍ଷ ପୂଜା ବଜାରେ ଭିଡ ନଥିଲେ ମଧ୍ୟ ଶୀତବସ୍ତ୍ର ବେପାର ଭଲ ହେଉଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking