29.1 C
Bhubaneswar
Saturday, July 27, 2024
Homeଦୀପାବଳି/କାଳିପୂଜାପୁଣି ଫିକା ପଡିବ ଚଳିତ ବର୍ଷର କାଳୀ ପୂଜା

ପୁଣି ଫିକା ପଡିବ ଚଳିତ ବର୍ଷର କାଳୀ ପୂଜା

ଭୁବନେଶ୍ୱର : ପୁଣି ଫିକା ପଡିବ ଚଳିତ ବର୍ଷର କାଳୀ ପୂଜା । ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଧରାବତରଣ କରିବେ ମା’କାଳୀ। ଚଳିତ ବର୍ଷ ପାର୍ବଣ ଋତୁ ସମୟରେ ବାଡ ବାନ୍ଧିଥିବା କୋରୋନା କଟକଣାରେ ହେବ ପୂଜାର୍ଚ୍ଚନା। ବର୍ଷ ବର୍ଷର ପରମ୍ପରା ରକ୍ଷା କରିବା ଲାଗି କେବଳ ଋୀତିନୀତିରେ ପୂଜାର୍ଚ୍ଚନା କରାଯିବ।

ରାଜଧାନୀ ଭୁବନେଶ୍ବରର ଅନେକ ସ୍ଥାନରେ ପ୍ରତିବର୍ଷ ଲାଇଟ, ସାଉଣ୍ଡ ସହ ଆକର୍ଷଣୀୟ ତୋରଣ ସାଜସଜ୍ଜା ସହ ମା’କାଳୀଙ୍କୁ ଆବାହନ କରାଯାଉଥିବା ବେଳେ ଏଥର କିନ୍ତୁ ସମସ୍ତ ବ୍ୟବସ୍ଥା ସରକାରଙ୍କ କଟକଣାରେ ପାଳନ ହେବ। ସେପଟେ ବିନା ବାଣ ଆତସବାଜୀରେ ଦୀପାବଳୀ ପାଳନ ପାଇଁ ଅନୁମତି ଥିବାରୁ ପୂଜା ସାମଗ୍ରୀ ନଳିତା ବିଡା, ଆଖୁ ବ୍ୟବସାୟୀଙ୍କ ଧାଡି ଦେଖିବାକୁ ମିଳିଥିଲା।

କାଳୀ ପୂଜାରେ କୋରୋନା ଚଡକ। ମଣ୍ଡପ ସମେତ ଘରେ ଘରେ ପୂଜା ପାଇବେ ମା। ଏଥିପାଇଁ ଆରମ୍ଭ ହୋଇଯାଇଛି ଶେଷ ପ୍ରସ୍ତୁତି। ଭୁବନେଶ୍ବର ଲକ୍ଷ୍ମୀସାଗର ବେଙ୍ଗଲୀ ବସ୍ତିରେ ପୁରାତନ କାଳୀ ପୂଜା ଏଥର ନିରାଡମ୍ବର ଭାବେ ପାଳିତ ହେଉଛି। ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ପରିବାର ଭିତରେ ଏଥର ମଣ୍ଡପ ସମେତ ଘରେ ଘରେ ପୂଜା। ମୂର୍ତ୍ତି କାମ ଶେଷ ହୋଇଥିବା ବେଳେ ମହିଳାଙ୍କ ପୂଜା ଭୋଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଭିଏଁ ବିନା ଆଡମ୍ବରରେ ପୂଜା କରିବା ପାଇଁ ମନସ୍ଥ କରିଛନ୍ତି।

କଟକଣା ଭିତରେ ମୂର୍ତ୍ତିର ଉଚ୍ଚତା ସରକାରଙ୍କ ନିୟମ ଅନୁଯାଇ ୪ ଫୁଟ୍ ମଧ୍ୟରେ ସୀମିତ ରଖିବା ସହ ଆବଦ୍ଧ ପୂଜା କରିବା ଓ ସୀମିତ ସଂଖ୍ୟକ ପୂଜକ ଏବଂ କର୍ତ୍ତାଙ୍କ ମଧ୍ୟରେ ପୂଜା କରିବାକୁ ବ୍ୟବସ୍ଥା କରାଯାଇଛି। ସେପଟେ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀ ଆଖୁ ଓ ନଳିତା ବିଡା ବା କାଉଁରିଆ କାଠି, ବିଭିନ୍ନ ପତ୍ର, ଫୁଲ ଫଳ ବ୍ୟବସାୟ ପାଇଁ ଏକ ନମ୍ବର ହାଟ କଡରେ ଧାଡି ଲାଗିଛି।

ହେଲେ କୋଭିଡ୧୯ ହେତୁ ବେପାର ହେଉନଥିବା କହିଛନ୍ତି ବ୍ୟବସାୟୀ। ସବୁକିଛି କଟକଣା ମାନି ପ୍ରଥମେ ସ୍ବାସ୍ଥ୍ୟକୁ ଜଗି ଦୀପରେ ଦୀପାବଳୀ ପାଳନ କରିବାକୁ ସମସ୍ତଙ୍କ ଆହ୍ବାନ କରାଯାଇଛି। ଏଥିପାଇଁ ବ୍ୟକ୍ତିଗତ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ଉସ୍ତ୍ରବ ପାଳନ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking