30.1 C
Bhubaneswar
Thursday, April 25, 2024
Homeଓଡିଶା୧୦୪ତମ ବିଜୁ ଜୟନ୍ତି ଅବସରରେ ବଲାଙ୍ଗିର ବ୍ଲକ ଠାରେ ପଞ୍ଚାୟତରାଜ ଦିବସ ପାଳିତ

୧୦୪ତମ ବିଜୁ ଜୟନ୍ତି ଅବସରରେ ବଲାଙ୍ଗିର ବ୍ଲକ ଠାରେ ପଞ୍ଚାୟତରାଜ ଦିବସ ପାଳିତ

ବଲାଙ୍ଗିର,- ବଲାଙ୍ଗିର ସଦର ବ୍ଲକ ପରିସରରେ ୧୦୪ତମ ବିଜୁ ଜୟନ୍ତି ଅବସରରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୋଳାପ ବାଗ ବିଜୁ ବାବୁଙ୍କ ଫଟୋରେ ମାଲ୍ୟାଅର୍ପଣ ସହ ଦୀପ ପ୍ରଜ୍ଜଲନ କରି ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବରେ ବିଡିଓ ବାସୁଦେବ ମହାପାତ୍ର, ଏବିଡିଓ ରାମଦତ୍ତ ଭୋଇ, ସିଡିପିଓ ଜୟନ୍ତି ସ୍ୱାଇଁ, ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଟଙ୍କଧର କାଲୋ ତୁଷୁରାବାହାଲ ସମିତି ସଭ୍ୟ ଶଙ୍କର ମେହେର, ବ୍ରହ୍ମାନନ୍ଦ ସାହୁ, ନିହାର ରଂଜନ ସ୍ୱାଇଁ ଓ ସରପଞ୍ଚ ରାଜେନ୍ଦ୍ର ହୋତା ମଂଚାସୀନ ରହି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମୟର ସମାଜ ତଥା ରାଜ୍ୟବାସୀଙ୍କ ଓ ମହିଳାମାନଙ୍କ ପ୍ରତି ଅବଦାନ କଥା ବକ୍ତାମାନେ ଉଲ୍ଲେଖ କରିଥିଲେ । ସରକାରୀ ଅଧିକାରୀମାନେ ବ୍ଳକରେ ବିଭିନ୍ନ କ୍ଷେତ୍ରରେ ଉନ୍ନୟନ ମୁଳକ ଯୋଜନା ଉପରେ ଆଲୋକପାତ କରିଥିଲେ । ସଭାପରେ ସାନନ୍ଦସିଲା ଓ ସାଧି ଦଣ୍ଡ ନୃତ୍ୟ, ତ୍ରିଭୁବନ ବାରିକ ଓ ସାଥି ସଂପ୍ରଦା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକ କଳା ପରିବେଷଣ କରିଥିଲେ । ଏଥିରେ ଗ୍ରାମାଞ୍ଚଳର ମିଶନ ଶକ୍ତି ମହିଳା ତଥା ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ଜିପିଇଓ ସାରଥି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking