27.8 C
Bhubaneswar
Friday, April 19, 2024
Homeଓଡିଶାଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଲାଙ୍ଗିର: ବଲାଙ୍ଗିର ବନ ବିଭାଗ ଲକ୍ଷାଧୀକ ଟଙ୍କାର ଶାଗୁଆନ କାଠ ଜବତ କରିଛି । କାଠ ସହ ରାକ୍ସିମୁଣ୍ଡା ଗ୍ରାମର ଚାଷି ଜଗଦିଶ ସାହୁଙ୍କୁ (୩୮) ମଧ୍ୟ ଗିରଫ କରିଛି । ତେବେ ସୁଚନା ଅନୁସାରେ ରାକ୍ସିମୁଣ୍ଡା ରୁ ବିଲେଇସର୍ଡା ରାସ୍ତାଥେିବା ଏକ ଚାଷଜମିରେ କିଛି ମୁଲ୍ୟବାନ ଗଛ କଟା ଜିବାର ଏକ ବଶ୍ୱସ୍ତ ସୁତ୍ର ରୁ ଖବର ପାଇଥିଲେ ବଲାଙ୍ଗିର ମୋବାଇଲ ଟିମ । ପରେ ବଲାଙ୍ଗିର ବନ ଅଧୀକାରି ସମିର ଶତପଥିଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଦଳ ରାକ୍ସିମୁଣ୍ଡା ଗ୍ରାମ ଯାଇ ସରଜମିନ ତଦନ୍ତ କରିଥିଲେ ।

ତେବେ ଦଳ ସେଠାରେ ୧୦ ରୁ ୧୨ଟି ଗଛ କଟାଯାଇଥିବା ଦେଖିଥିଲେ । ତଦନ୍ତରୁ ଏହା ଜଗଦିଶ ସାହୁଙ୍କ ଜମି ବୋଲି ଜଣା ପଡିଥିଲା । ତଦନ୍ତକାରୀ ଦଳ ଜଗଦୀଶଙ୍କ ଘରକୁ ଯାଇଥିଲେ । ସେଠାରେ ଦଳ ପ୍ରାୟ ୭୨ଟି ଶାଗୁଆନ ଗଣ୍ଡି ଦେଖିବାକୁ ପାଇଥିଲେ । ବନ ବିଭାଗ ସମସ୍ତ ଶାଗୁଆନ ଗଣ୍ଡିକୁ ଜବତ କରିବା ସହ ଜମି ମାଲିକ ଜଗଦିଶ ସାହୁଙ୍କୁ ଗିରଫ କରିଛନ୍ତି । ଜବତ ଶାଗୁଆନ କାଠ ୮୦ସିଏଫଟି ରୁ ଅଧିକ ଥିବା ବେଳେ ଏହାର ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବନ ବିଭାଗ କହିଛି । ଜଗଦୀଶଙ୍କୁ ଏସଂପର୍କରେ ପଚରା ଜିବାରୁ, ମୁ ଜଣେ ସାଧାରଣ ଗରିବ ଚାଷି, ମୋ ବାପା ବହୁ ବର୍ଷତଳେ ଏସବୁ ଶାଗୁଆନ ଚାରା ଜମିରେ ଲଗାଇଥିଲେ । ଆମ ଜମି କଡରେ ରାସ୍ତା ତିଆରି ହେଉଛି । ରାସ୍ତା ତିଆରି କରୁଥିବା ଲୋକ କହିବାରୁ ଆମେ ବାଧ୍ୟ ହୋଇ ଏସବୁ ଗଛ କାଟିଛନ୍ତି ଓ ଗଛ କାଟିବା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ ଜଣା ନଥିବା ବେଳେ ମୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking