38.1 C
Bhubaneswar
Saturday, April 20, 2024
Homeଓଡିଶାନବକିଶୋର କୁ ହରାଇ ଏଫ୍‌ସିସି ବିଜୟୀ

ନବକିଶୋର କୁ ହରାଇ ଏଫ୍‌ସିସି ବିଜୟୀ

ଅମିତଙ୍କ ୮୭, ରାଜେଶ ଓ ନିତେଶଙ୍କୁ ୪ ୱିକେଟ
ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଓସିଏ ଭିଜନ-୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁଣ୍ଣାମେଣ୍ଟ ସୁପରଲିଗ୍ ପର୍ଯ୍ୟାୟର ତୃତୀୟ ଦିନର ମ୍ୟାଚ ନବକିଶୋର କ୍ରିକେଟ କ୍ଳବ ଓ ଏଫ୍‌ସିସି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଫସିସି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରି ୪୫ ଓଭରରେ ୮ ଉଇକେଟ ହରାଇ ୨୪୨ ରନ୍ ସଂଗ୍ରହ କରିଥିଲେ । ଦଳପକ୍ଷରୁ ଅମିତ ନନ୍ଦ ସର୍ବାଧିକ ୮୭ ଓ ବିଘ୍ନରାଜ ତାଣ୍ଡି ୪୯ ରନ୍ କରିଥିଲେ । ନବକିଶୋର ଦଳ ପକ୍ଷରୁ ସଫଳ ବୋଲରଭାବେ ଜୟକିଶନ ପଟ୍ଟନାୟକ ୩ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ନବକିଶୋର ଦଳ ୨୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ । ଦଳ ପକ୍ଷରୁ ବାବୁଲୁ ସେଠୀ ୨୬ ରନ୍ ସଂଗ୍ରହ କରିଥିଲେ । ଏଫସିସି ପକ୍ଷରୁ ସଫଳ ବୋଲରଭାବେ ରାଜେଶ ରୋଶନ ସିଖା ଓ ନିତେଶ ଭଞ୍ଜ ୪ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ରାଜେନ୍ଦ୍ର କୁମାର ସେଠ ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବାବେଳେ ଅନ୍‌ଲାଇନ ସ୍କୋର୍ ଭାବରେ ସୁଶିଲ କୁମାର ସୁନ୍ଦରାୟ ଦାୟିତ୍ୱ ବହନ କରିଥିଲେ ।
https://onakhabar.com/2020/03/06/mortaza-will-step-down-as-bangladesh-captain/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking