30.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶପାକିସ୍ତାନର ଏୟାର ଷ୍ଟ୍ରାଇକ, ଜଣେ ଶିଶୁ ସମେତ ୪ନାଗରିକ ମୃତ

ପାକିସ୍ତାନର ଏୟାର ଷ୍ଟ୍ରାଇକ, ଜଣେ ଶିଶୁ ସମେତ ୪ନାଗରିକ ମୃତ

ଇସଲାମାବାଦ: ଆଫଗାନିସ୍ତାନ ସୀମାରେ ପାକିସ୍ତାନ ଏୟାର ଷ୍ଟ୍ରାଇକ  କରିଲା । ତେହତିକ-ଏ-ତାଲିବାନ ପାକିସ୍ତାନ ଆତଙ୍କୀଙ୍କୁ ଟାର୍ଗେଟ କରି ପାକ ସେନା ଆକ୍ରମଣ କଥା ସାମ୍ନାକୁ ଆସିଛି । ଟିଟିପିର ଗଡ଼ ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍ ବାୟୁସେନା ବୋମା ପକାଇଛି । ଏହି ଏୟାର ଷ୍ଟାଇକରେ ଜଣେ ଶିଶୁ ସମେତ ୪ ନାଗରିକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଗୋଟିଏ ଦିନରେ ଆଫଗାନିସ୍ତାନ ସୀମା ନିକଟରେ ୨ଥର ବୋମା ପକାଇଛି । କହିବାକୁ ଗଲେ ଯେବେଠୁ ଆଫଗାନିସ୍ଥାନରେ ତାଲିବାନ ଶାସନକୁ ଫେରିଛି ସେବେଠାରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଟିଟିପି, ଅଧିକ ଶକ୍ତିଶାଳୀ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ସରିଫ ଏବଂ ଶାସନରେ ଥିବା ବିଲାୱର ଜର୍ଦାର ଭୁଟ୍ଟୋଙ୍କ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜଙ୍କ ପାକିସ୍ତାନ ମୁସଲିମ ଲିଗ-ନୱାଜ ମେଣ୍ଟ ବିରୋଧରେ ଟିଟିପି ଖୋଲାଖୋଲି ଧମକ ଦେଇଥିଲା କିଛିଦିନ ତଳେ । ଯଦି ଏହି ଦଳ କ୍ଷମତାରେ ରହି ସେନାର ଗୁଲାମୀ କରିବେ ତେବେ ସେମାନଙ୍କୁ ଟିଟିପି ଛାଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking