29.1 C
Bhubaneswar
Saturday, May 4, 2024
Homeଓଡିଶାଶିଶୁ ଶ୍ରମିକ ମୁକ୍ତ ହେବା ଘୋଷଣା ଫାଇଲରେ ସୀମିତ

ଶିଶୁ ଶ୍ରମିକ ମୁକ୍ତ ହେବା ଘୋଷଣା ଫାଇଲରେ ସୀମିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କାରାଯିବ । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ କଳ ତତ୍ପରତା ପ୍ରକାଶ କରିବ । ଶିଶୁମାନଙ୍କୁ ଶ୍ରମିକ ଭାବେ କାମରେ ନ ଲଗାଇବାକୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ଗତ ବର୍ଷ ଜୁନରେ ତତ୍କାଳୀନ ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଥିଲେ । ଏହି ପ୍ରସଙ୍ଗରେ ସମସ୍ତ ଜିଲ୍ଳା ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣର୍ ବୈଠକ ଆୟୋଜିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ପରେ ଏହାକୁ ନେଇ ଜିଲ୍ଳା ପ୍ରଶାସନ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନଥିବା ଅଭିଯୋଗ ହୋଇଛି । ଗତ ଦୁଇଦିନ ପୁର୍ବେ ସ୍ଥାନୀୟ ବିଜିପୁରର ଏକ ଜଳଖିଆ ଦୋକାନରୁ ଏକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ବ୍ୟତୀତ ବ୍ରହ୍ମପୁର ରେଳଷ୍ଟେସନସ୍ଥିତ ଚାଇଲଡ ଲାଇନ ପକ୍ଷରୁ ଗତ ବର୍ଷକରେ ମୋଟ ୩୪୩ ଜଣ ଶିଶୁ ବିଭିନ୍ନ ସମୟରେ ଉଦ୍ଧାର ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଏଭଳିିକି ଏହି ଷ୍ଟେସନରେ ନିଜ ଶିଶୁଙ୍କୁ ଛାଡ଼ି ଦେଇ ଚାଲି ଯାଇଥିବା ନଜିର ରହିଛି । ଏହାର କାରଣ ହେଲା ଦାରିଦ୍ର‌୍ୟତା କାରଣରୁ ଶିଶୁମାନଙ୍କୁ ମା,ବାପା ମାନେ ଜାଣିଶୁଣି ଶ୍ରମିକ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଶିଶୁ ଶ୍ରମିକ ମାନେ ଧରା ହେବା ପରେ ସେମ।।ନଙ୍କ ଅଭିଭାବକଙ୍କୁ ନେଇ ଆର୍ଥିକ ଥଇଥାନ କାର୍ଯ୍ୟକ୍ରମ ଶୂନ ରହୁଛି । ଅନ୍ୟ ପକ୍ଷରେ ସ୍ଥାନୀୟ ସିଟି ବସଷ୍ଟାଣ୍ଡ ପରିସରରେ ରହିଥିବା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ(ଏନସିଏଲପି) ବହୁ ବର୍ଷ ଧରି ବନ୍ଦ ପଡ଼ିଛି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟଟି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପଢ଼ାଇବା ସହ ଆର୍ଥିକ ରୁପେ ସ୍ୱାବଲମ୍ବୀ କରିବା ପରିପ୍ରେକ୍ଷୀରେ ସହାୟକ ହେବା କାର୍ଯ୍ୟ କରୁଥିଲା । ଏହି ପ୍ରକ୍ରିୟାଟି ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିଲା । ଗତ କିଛି ବର୍ଷ ହେଲା ଏହି କାର୍ଯ୍ୟାଳୟଟି ବନ୍ଦ ହୋଇଯାଇଛି । ଗତ କିଛି ଦିନ ପୂର୍ବେ ସ୍ଥାନୀୟ ବିଜିପୁର ଠାରୁ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଦର୍ଶାଉଛି ଯେ ଏବେ ବି ଶିଶୁଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ ବୋଲି ସଚେତନତା ଯଥେଷ୍ଟ ଭାବେ ହୋଇନାହିଁ, ଅଥବା ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କାର୍ଯ୍ୟକ୍ରମ ହେଉନଥିବାର ଲୋକଙ୍କ ମନରେ ଭୟ ନାହିଁ । ସୂଚନାଯୋଗ୍ୟ ଯେ ଜିଲ୍ଳାର ଅନେକ ଗ୍ରାମାଞ୍ଚଳରେ, ଛୋଟ ବଡ ସହର ମାନଙ୍କରେ, ସୁୁଦୁର ଗ୍ରାମମାନଙ୍କର ଇଟାଭାଟିରେ ଆଜି ବି ଶିଶୁ ଶ୍ରମିକଙ୍କୁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଳାର ଲକ୍ଷାଧିକ ବ୍ୟକ୍ତିମାନେ ଜିଲ୍ଳାରେ କର୍ମ ସୁଯୋଗ ନ ପାଇ ପରିବାର ପୋଷଣ ପାଇଁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ପ୍ରକ୍ରିୟାରେ ସେମାନଙ୍କ ସହ ଆସନ୍ତା କାଲିର ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁ ମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଶ୍ରମିକ ଭାବେ ବ୍ୟବହାର କରୁଥିôବା ଅଭିଯୋଗ ହୋଇଛି । ଜିଲ୍ଳା ପ୍ରଶାସନ ପାଖରେ ଏହି ପରିପ୍ରେକ୍ଷୀରେ ଖବର ନଥିବା ଅଭିଯୋଗ ହେଉଛି । ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏଭଳି ସ୍ଥିତିରେ ଜିଲ୍ଲାରେ ଶିଶୁଶ୍ରମିକ ସମସ୍ୟା ସଭ୍ୟସମାଜରେ କଳଙ୍କ ସଦୃଶ ରହିଛି । ସୂଚନାଯୋଗ୍ୟ ଯେ ଶିଶୁ ଶ୍ରମିକଙ୍କୁୁ ଉଦ୍ଧାର କରି କେତେ ଜଣ ଶିଶୁ ମଙ୍ଗଳ ସମିତିରେ ହାଜିର କରି ପରିବାରକୁ ଦିଆଯାଇଥିବା ବେଳେ କେତେ ଷ୍ଟେସନରେ ପୋଲିସ ଉପସ୍ଥିତରେ ନିଜ ନିଜର ଅଭିଭାବକଙ୍କୁ ହସ୍ତାନ୍ତର କରି ଚୁପ ବସିଛନ୍ତି । ଶିଶୁ ଶ୍ରମିକ ହେଉଥିବା ପରିବାରର ସମସ୍ୟାକୁ ଅନୁଧ୍ୟାନ କରି ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବା, ଅଧାରୁ ପାଠ ଛାଡୁ ଥିବା ଶିଶୁ ମାନଙ୍କୁ ସ୍କୁଲରେ ନାମ ଲେଖାଇବା,୧୫ରୁ ୧୮ ବର୍ଷର ଶିଶୁମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ଶିଶୁ ଶ୍ରମିକ ରୋକିବା, ଶିଶୁ ଶ୍ରମିକଙ୍କୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରି ସୁନାଗରିକ କରି ଗଢିବା, ବ୍ଲକସ୍ତରୀୟ ଏବଂ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ବୈଠକରେ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଅଧାରୁ ପାଠ ଛାଡୁଥିବା ଶିଶୁଙ୍କୁ ଚିହ୍ନଟ କରି ତାଙ୍କୁ ଚାଲାଣକାରିଙ୍କ କବଳରୁ ରକ୍ଷା କରାଗଲେ ଶିଶୁ ଶ୍ରମିକ ଭାବେ ବାହାରକୁ ଚାଲାଣ ହେବେ ନାହିଁ । ଶିଶୁ ଅସୁରକ୍ଷିତ ରହିବେ ନାହିଁ । ଏହା ବ୍ୟତୀତ ଚାଲାଣକାରୀଙ୍କୁ ଧରି ସେମାନଙ୍କ କଠୋର ଦଣ୍ଡ ଦେଲେ ଶିଶୁମାନଙ୍କୁ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କରିବାକୁ ସାହସ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking