23.1 C
Bhubaneswar
Wednesday, January 15, 2025
Homeଓଡିଶାଟୋକନ ସମସ୍ୟା: ଉଠୁନି ଧାନ

ଟୋକନ ସମସ୍ୟା: ଉଠୁନି ଧାନ

ସମ୍ବଲପୁର : ଅନଲାଇନ ଟୋକନ୍ ବ୍ୟବସ୍ଥାକୁ ନେଇ ସମ୍ବଲପୁର ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ନେଇ ସମସ୍ୟା ଲାଗି ରହିଛି । ଆଜି ସମ୍ବଲପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅନ୍ତର୍ଗତ ଖଲିଆପାଲି ୟାର୍ଡରେ ୨୫ରୁ ଅଧିକ ଧାନ ବୋଝେଇ ଗାଡ଼ି ଆସି ପହଞ୍ôଚଥିବାବେଳେ ଟୋକନ ସମସ୍ୟାରୁ ଧାନ କିଣା ଯାଇନାହିଁ । ଫଳରେ ବିକ୍ରି ପାଇଁ ଧାନ ଆଣିଥିବା ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି ମଧ୍ୟ ଜିଲାର ବିଭିନ୍ନ ୟାର୍ଡ ଓ କ୍ରୟ କେନ୍ଦ୍ରରେ ଏଭଳି ସମସ୍ୟା ହୋଇଥିଲା । ଜୁଜୁମୁରା ବ୍ଲକ କୁକୁଡାପାଲି ପଞ୍ଚାୟତ ଅଞ୍ଚଳରେ ଟୋକନ ସମସ୍ୟାକୁ ନେଇ ଧାନ କିଣାଯାଉ ନଥିବାରୁ ଗତକାଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଦେହୁରୀଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଘେରାଉ କରିଥିଲେ । କୁକୁଡ଼ାପାଲି କ୍ରୟ କେନ୍ଦ୍ରରେ ଦେଢ଼ମାସ ହେଲା ୨୬ଜଣ ଚାଷୀଙ୍କ ୩୦୦ କୁଇଣ୍ଟାଲ ଧାନ ବିକ୍ରି ହୋଇ ନ ପାରି ରହିଥିବା ଚାଷୀମାନେ ଅଭିଯୋଗ କରିଥିଲେ । ହେଲେ ଜିଲ୍ଲାଯୋଗାଣ ଅଧିକାରୀ ଶ୍ରୀ ସେଠ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଚାଷୀମାନେ ନିରାଶ ହୋଇ ଫେରିଥିଲେ । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ରବି ଋତୁ ଚାଷ ପାଇଁ ସମୟ ଉପନୀତ ହୋଇଯାଇଥିବାବେଳେ ଟୋକନ ଆସୁ ନଥିବାରୁ ସେମାନେ ଖରିଫ ଋତୁ ଧାନ ଅଦ୍ୟାବଧି ବିକ୍ରି କରିପାରିନାହାନ୍ତି । ଇସ୍ୟୁ ହେଉଥିବା ଟୋକନରେ ସେମାନଙ୍କଠାରେ ବିକ୍ରି ପାଇଁ ଥିବା ଧାନ ପରିମାଣରୁ କମ୍ ଧାନ ଉଲ୍ଲେଖ ରହୁଛି । ଏଣେ ଗତକାଲି ଓ ପରଦିନ ଭଳି ଅଦିନିଆ ବର୍ଷା ଓ କୋହଲାପାଗ ସ୍ଥିତିରେ ସେମାନେ ଅଭାବି ବିକ୍ରିର ଶିକାର ହେବାକୁ ଯାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking