27.5 C
Bhubaneswar
Monday, June 22, 2026
Homeଓଡିଶାଭୁଶୁଡ଼ିଲା ପୁରୁଣା ଛାତ; ଚାପି ହୋଇଗଲେ ୩ ଶ୍ରମିକ

ଭୁଶୁଡ଼ିଲା ପୁରୁଣା ଛାତ; ଚାପି ହୋଇଗଲେ ୩ ଶ୍ରମିକ

ଭୁବନେଶ୍ବର: ଗୃହ ନିର୍ମାଣ ପାଇଁ କାମ ଜାରି ଥିବା ବେଳେ ଅଘଟଣ ଘଟିଛି। ପୁରୁଣା ଛାତ ଭାଙ୍ଗିଲା ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ତିନି ଜଣ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି। କମିସନରେଟ୍‌ ପୁଲିସ ଅଧୀନ ପୋଖରୀପୁଟ ଲିଙ୍ଗରାଜବିବହାରରେ ଆଜି ଏହି ଅଘଟଣ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ଶ୍ରମିକଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଲିଙ୍ଗରାଜବିବହାରରେ ଏକ ପୁରୁଣା ଘରର ଛାତ ଭଙ୍ଗା ଯାଉଥିଲା। ଘର ମାଲିକ ଏହି କାମ ପାଇଁ ଶ୍ରମିକମାନଙ୍କୁ ଲଗାଇଥିଲେ। କିନ୍ତୁ ପୁରୁଣା ଘରର ଛାତ ଭାଙ୍ଗିବା ବେଳେ ହଠାତ୍‌ ଅଘଟଣ ଘଟିଥିଲା। ଛାତ ଭୁଶୁଡ଼ିବାରୁ ୩ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଏନେଇ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking