29 C
Bhubaneswar
Tuesday, June 23, 2026
Homeଓଡିଶାବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀଙ୍କୁ ୨ ଦିନିଆ ତାଲିମ କାର୍ଯକ୍ରମ

ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀଙ୍କୁ ୨ ଦିନିଆ ତାଲିମ କାର୍ଯକ୍ରମ

ଭୁବନେଶ୍ୱର: ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୨ ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ଉଦଘାଟନ କରିଥିଲେ । ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ କୁମାର ଅଗ୍ରୱାଲା ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ନିରଞ୍ଜନ ଜେନା, ଉପ ସଚିବ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ତାଲିମ କାର୍ଯକ୍ରମରେ ଶ୍ରମ ନିର୍ଦ୍ଦେଶାଳୟର ନୂତନ ଭାବରେ ନିଯୁକ୍ତି ପାଇଥିବା ୩୮ ଜଣ ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ । ଶ୍ରୀ ବିଘ୍ନଜିତ ମହନ୍ତ ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ, ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଡିଭିଜିନାଲ୍ ଶ୍ରମ ଆୟୁକ୍ତ କେନ୍ଦ୍ରାପଡ଼ା, ଶ୍ରୀ ସୁବାସ ଚନ୍ଦ୍ର ଜେନା, ପୂର୍ବତନ ନିର୍ଦ୍ଦେଶକ, ଓଡିଶା ହାଇଡ୍ରୋପାୱାର କର୍ପୋରେସନ୍ ଲିମିଟେଡ୍, ଡ଼. ବିଜୟ କୁମାର ସୁନ୍ଦରାୟ, ଏସୋଶିୟେଟ ପ୍ରଫେସର, ପି.ଏମ.ଆଇ.ଆର. ବିଭାଗ, ଉତ୍କଳ ବିଶ୍ବ ବିଦ୍ୟାଳୟ, ଶ୍ରୀମତୀ ବନାନୀ ମହାପାତ୍ର, ଡିଭିଜିନାଲ୍ ଶ୍ରମ ଆୟୁକ୍ତ, ଶ୍ରମ ନିର୍ଦ୍ଦେଶାଳୟ, ଡ଼. ତାର।ପଦ ଦାଶ ଓ ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତ ଇତ୍ୟାଦି ତାଲିମ ପ୍ରଦାନ କରିଥିଲେ । ତାଲିମ ଶେଷରେ କୃତୀ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking